ହୋଲି ପାଇଁ ଗାଇଡଲାଇନ ଜାରି କଲା ବିଏମସି : ଦୋଳ ଓ ହୋଲି ପାଇଁ ହେବ ଅଲଗା ଅଲଗା ନିୟମ

ସର୍ବସାଧାରଣରେ ହୋଲି ଖେଳିବା ମନା, ଦୋଳ ମେଳନରେ ସର୍ବାଧିକ ୫୦ରୁ ୬୦ ଜଣଙ୍କୁ ଅନୁମତି; କଡାକଡ଼ି ଭାବେ ପାଳନ ହେବ ଏସଆରସିଙ୍କ ଦ୍ୱାରା ଜାରି ମାଗଦର୍ଶିକା

169

କନକ ବ୍ୟୁରୋ : ଦେଶର ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧରି ବଢିବା ଲାଗିଛି, ତେଣୁ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ଦୃଢ ପଦକ୍ଷେପ ନେଉଛନ୍ତି । କରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯାଉଛି । ଆଗକୁ ଦୋଳ ଓ ହୋଲି ଆସୁଥିବାରୁ ଭୁବନେଶ୍ୱର ମହାନଗର ନିଗମ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଏସଆରସିଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍କୁ ପାଳନ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

  • ଦୋଳ ଓ ହୋଲି ପାଇଁ ଅଲଗା ଅଲଗା ନିୟମ ରହିବ 
  • ସର୍ବସାଧାରଣରେ ହୋଲି ଖେଳ ହୋଇ ପାରିବ ନାହିଁ, ସମସ୍ତେ ନିଜ ନିଜ ଘରେ ହୋଲି ଖେଳିବେ
  • ଦୋଳ ଯାତ୍ରାରେ ପ୍ରତି ବିମାନରେ ମାତ୍ର ୫ ଜଣ ସଦସ୍ୟ ରହିବେ 
  • ଦୋଳ ମେଳଣରେ ସର୍ବାଧିକ ୫୦ରୁ ୬୦ ଜଣ ଲୋକ ଏକାଠି ହୋଇ ପାରିବେ 
  • ଦୋଳ ମେଳଣ ଉତ୍ସବ ପାଇଁ ଆୟୋଜକଙ୍କୁ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ 
  • ରଙ୍ଗ ଦୋକାନ ଖୋଲିବାରେ କୌଣସି କଟକଣା ନାହିଁ ବୋଲି ବିଏମସି କମିଶନର କହିଛନ୍ତି

କିନ୍ତୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସତର୍କତାର ଆବଶ୍ୟକତା ରହିଛି । ଉଭୟ କଟକ ଓ ଭୁବନେଶ୍ୱରରେ ଅଧିକ ଆକ୍ରନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ସାବଧାନତା ଓ ସତର୍କତା ଅବଲମ୍ବନ କରିବାକୁ ଏସଆରସି ଓ ବିଏମସି କମିଶନର କହିଛନ୍ତି ।