କରୋନା ପାଇଁ ଭୁବନେଶ୍ୱରରେ ସବୁ ପାର୍କ ବନ୍ଦ ରଖିବାକୁ ନିଷ୍ପତ୍ତି: କାଲିଠାରୁ ମାର୍ଚ୍ଚ ୩୧ ଯାଏଁ ରାଜଧାନୀରେ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ପାର୍କ

Advertisment
କରୋନା ପାଇଁ ଭୁବନେଶ୍ୱରରେ ସବୁ ପାର୍କ ବନ୍ଦ ରଖିବାକୁ ନିଷ୍ପତ୍ତି: କାଲିଠାରୁ ମାର୍ଚ୍ଚ ୩୧ ଯାଏଁ ରାଜଧାନୀରେ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ପାର୍କ

କନକ ବ୍ୟୁରୋ: କରୋନା ବିରୋଧରେ ଲଢ଼େଇ ପାଇଁ ପୂରା ଜୋର ଲଗାଇ ଦେଇଛନ୍ତି ରାଜ୍ୟ ସରକାର । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅନେକ ସଚେତନତା ମୂଳକ ପଦକ୍ଷେପ ନିଆଯାଉଛି । ତେବେ କୌଣସି ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଜାରି କରାଯାଇଥିବା ବେଳେ ଭିଡ଼ ଜମୁଥିବା ସମସ୍ତ ରେଷ୍ଟୁରାଂଟ, କଫି ସପ୍, ବାର, କ୍ୟାଂଟିନ ସମେତ ଜନଗହଳି ହେଉଥିବା ସ୍ଥାନକୁ ତୁରନ୍ତ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ସମସ୍ତ ହୋଟେଲକୁ ସମାଜିକ ଦୂରତ୍ୱ ବଜାୟ ରଖିବା ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ସାମାଜିକ ଦୂରତା ପାଇଁ ଆସନ୍ତାକାଲିଠୁ ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ପାର୍କ । ଏହାସହ ପାନ ଦୋକାନ, ଲୁଗା ଦୋକାନ ଓ ଆଇସକ୍ରିମ ପାର୍ଲର ଉପରେ ବି ଲାଗିଛି କଟକଣା । ଏହି ଦୋକାନ ଗୁଡିକୁ ଖୋଲା ହୋଇପାରିବନି । ଏବଂ ଜୁସ୍ ଦୋକାନୀ କେବଳ ବିକି ଫଳ ବିକିପାରିବେ ବୋଲି ନିଷ୍ପତି ହୋଇଛି । ଏହାସହ ଓପେଲଫେଡରେ ରନ୍ଧା ଖାଦ୍ୟ ବିକ୍ରି ହୋଇପାରିବନି । ଏହାକୁ ନଜରରେ ରଖି ଆସନ୍ତାକାଲି ଠାରୁ ରାଜଧାନୀରେ ଥିବା ପାର୍କ ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ଘୋଷଣା କରିଛି ବିଏମସି । ଏହି କଟକଣା ୨୨ ମାର୍ଚରୁ ଲାଗୁ ହେଉଛି । ଆସନ୍ତା ମାର୍ଚ ୩୧ ତାରିଖ ଯାଏଁ ଏହି କଟକଣା ବଜାୟ ରହିବ ବୋଲି ବିଏମସି ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଛି । ରାଜଧାନୀରେ ଥିବା ସମସ୍ତ ପାର୍କ ଅର୍ଥାତ୍ ସରକାରୀ ଓ ଘରୋଇ ପାର୍କରେ ଏହି କଟକଣା ଲାଗୁ ହେବ ବୋଲି କୁହାଯାଇଛି ।   କରୋନା ମୁକାବିଲା ପାଇଁ ବର୍ତ୍ତମାନ ସମୟରେ ସତର୍କତା ଓ ସଚେତନା ବଡ଼ ଅସ୍ତ୍ର ପାଲଟି ଥିବାରୁ ଏହା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe