କନକ ବ୍ୟୁରୋ: ଭୁବନେଶ୍ୱରକୁ ନେଇ ବର୍ତ୍ତମାନ ସମୟର ସବୁଠୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ଭୁବନେଶ୍ୱରରେ ମାଗିହେବନି ଭିକ । ରାଜଧାନୀ ଭୁବନେଶ୍ୱରରେ ଭିକ ମଗା ଉପରେ କଟକଣା । ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ । ଜିନିଷ ବିକ୍ରି କରିବା ବାହାନାରେ ଯଦି କେହି ଭିକ ମାଗେ ତେବେ ବିଏମସି ତରଫରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଭିକ ମଗା ଉପରେ ଏକ ଟିମ୍ ଗଠନ କରି ନଜର ରଖିଛି ବିଏମସି ।
ତେବେ ଟ୍ରାଫିକ ସିଗନାଲ ନିକଟରେ ବେଲୁନ ହେଉ କି କଲମ କିମ୍ବା ବିଭିନ୍ନ ଜିନିଷ ବିକ୍ରି କରାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳେ । ପ୍ରତି ଟ୍ରାଫିକ ପୋଷ୍ଟ ପାଖରେ ଆପଣ ଏମିତି ଦୃଶ୍ୟ ଦେଖିବାକୁ ପାଇଥିବେ । ଆଉ ବିକ୍ରିର ବାହାନା କରି ଅନେକ ଭିକ୍ଷା ମାଗୁଥିବା ଅଭିଯୋଗ ହୁଏ । ଯାହାକୁ ଅନେକ ଲୋକ ନାପସନ୍ଦ କରନ୍ତି । ତେବେ ଲୋକଙ୍କ ଫିଡବ୍ୟାକ୍ ଆଧାରରେ ବିଏମସି ଏହି ପଦକ୍ଷେପ ନେଇଛି ।