ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ବଦଳିଲା ବିଏମସିର ଗାଇଡଲାଇନ୍ । ଯେକୌଣସି ସମୟରେ ସର୍ବାଧିକ ୫୦ ଜଣ ଲୋକଙ୍କୁ ଅନୁମତି ।
କନକ ବ୍ୟୁରୋ: ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ଜାରି ହୋଇଥିବା ଗାଇଡଲାଇନରେ ପରିବର୍ତ୍ତନ କରିଛି ବିଏମସି । ନୂଆ ଗାଇଡଲାଇନ୍ ଅନୁସାରେ ଏହି ସବୁ କାର୍ଯ୍ୟକ୍ରମରେ ଯେକୌଣସି ସମୟରେ ୫୦ ଜଣ ଯୋଗ ଲୋକ ଦେଇପାରିବେ । ତା ସହିତ ଏହି ଗାଇଡଲାଇନ୍ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଏମସି ପକ୍ଷରୁ ନୂଆକରି ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ସାମାଜିକ ଦୂରତା, ମାସ୍କ ଓ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି । ତତସହିତ ଛୋଟ ପିଲା, ଗର୍ଭବତୀ ମହିଳା ଓ ବୟସ୍କ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରଣ କରିଛି ବିଏମସି । ଆଗକୁ ପାର୍ବଣ ଋତୁ ଆସୁଛି । ତେଣୁ ଏହାକୁ ଲକ୍ଷ୍ୟ ରଖି ବିଏମସି ଏପରି ଗାଇଡଲାଇନ୍ ଜାରି କରିଛି ।
#ବଦଳିଲା_ବିଏମସି_ଗାଇଡଲାଇନ୍
ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ବଦଳିଲା ବିଏମସିର ଗାଇଡଲାଇନ୍
ଯେକୌଣସି ସମୟରେ ସର୍ବାଧିକ ୫୦ ଜଣ ଲୋକଙ୍କୁ ଅନୁମତି
ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍ ବଳବତ୍ତର ରହିବ @bmcbbsr #KanakNews pic.twitter.com/KiUPouLFUs— Kanak News (@kanak_news) October 5, 2021
ଗତକାଲି କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ବିଏମସି ତରଫରୁ ଗାଇଡଲାଇନ୍ ଧାର୍ଯ୍ୟ କରାଯାଇଥିଲା । ଯେଉଁଥିରେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି କୁହାଯାଇଥିଲା । ହେଲେ ଏହାକୁ ନେଇ ରାଜ୍ୟର ଟେଣ୍ଟ ହାଉସ୍ ମାଲିକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ବିଏମସି ବାଧ୍ୟହୋଇ ଏବେ ନିଜ ଗାଇଡଲାଇନରେ ପରିବର୍ତ୍ତନ ଆଣିଛି ।