ମୂର୍ତ୍ତିର ଉଚ୍ଚତାକୁ ନେଇ ବଢ଼ିଲା ବିବାଦ । ହଲ, ମଲ ସବୁ ଖୋଲା ରହୁଥିବାବେଳେ ପାର୍ବଣ ଉପରେ କାହିଁକି ରହିବ କଟକଣା । ବିଏମସିର ନୂଆ ଗାଇଡଲାଇନକୁ ନେଇ ଚର୍ଚ୍ଚା ।

235
  • ଗଣେଷ ପୂଜା ପାଇଁ ଆସିଲା ଗାଇଡଲାଇନ
  • ୪ ଫୁଟ ଟପିପାରିବନି ମୂର୍ତ୍ତିର ଉଚ୍ଚତା

ଗଣେଶ ପୂଜା ହେବ କିନ୍ତୁ ଲୋକେ ଦର୍ଶନ କରିପାରିବେ ନାହିଁ । ଏକ ବନ୍ଦ କୋଠରୀରେ ପୂଜା କଲା ଭଳି କେବଳ ବିଧି ରକ୍ଷା ହେବ । ରାଜଧାନୀରେ ହୋଟେଲ, ମଲ, ସିନେମା ହଲକୁ କଟକଣା ମୁକ୍ତ କରିବା ପରେ ପାର୍ବଣ ଉପରେ କଠେର କଟକଣା ଲଗାଇବା ଚର୍ଚ୍ଚା ସୃଷ୍ଟି କରିଛି । ଅଗଷ୍ଟ ୯ ତାରିଖରେ ପାର୍ବଣ ପାଇଁ ସରକାର ଯେଉଁ ଗାଇଡଲାଇନ୍ ଜାରି କରିଥିଲେ, ତାହାକୁ ଦୃଷ୍ଟିରେ ରଖି ବିଏମସି ଗଣେଶ ପୂଜା ପାଇଁ ଗାଇଡଲାଇନ୍ ଜାରି କରିଛି । ଧାର୍ମିକ ସମାବେଶ ଯୋଗୁଁ ଯେଭଳି କରୋନା ସଂକ୍ରମଣ ନ ବ୍ୟାପିବ, ତାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କରିଛି ବିଏମସି ।

  • କରୋନା କଟକଣା ମାନି ଗଣେଶ ପୂଜା ହେବ
  • ପୂଜା ମଣ୍ଡପରେ ଭିଡକୁ ବାରଣ, ସାଧାରଣ ଦର୍ଶନ ମନା
  • ତିନି ପଟୁ ଆବଦ୍ଧ ହେବ ପୂଜା ପେଣ୍ଡାଲ
  • ଗଣେଶ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ
  • ମଣ୍ଡପରେ ପୂଜକ, ଆୟୋଜକଙ୍କୁ ମିଶାଇ ସର୍ବାଧିକ ୭ଜଣ ରହିପାରିବେ
  • ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣଙ୍କୁ ନେଇ ହେବ ଗଣେଶ ପୂଜା

ତେବେ ରାଜଧାନୀରେ ପୂଜା ପାଇଁ ଭୁବନେଶ୍ୱର ମହାନଗର ନିଗମ ଜାରି କରିଥିବା କରୋନା କଟକଣା ଅଧିକ କଠୋର ହୋଇଛି । ଗୋଟିଏ ପଟେ ଭୁବନେଶ୍ୱରରେ ଫିଲ୍ମ ହଲକୁ ପୂର୍ଣ୍ଣ କ୍ଷମତାରେ ଚଲାଇବା ପାଇଁ ଅନୁମତି ରହିଛି । ମଲରେ ଏକାଥରେ ଶହ ଶହ ଲୋକଙ୍କୁ ପ୍ରବେଶକୁ ଅନୁମତି ମିଳିଛି । ତେଣୁ ପ୍ରଶ୍ନ ହେଉଛି..

  • କଟକଣା ଭିତରେ ସାଧାରଣ ଦର୍ଶନର ବ୍ୟବସ୍ଥା କାହିଁକି କଲେନି ପ୍ରଶାସନ ?
  • ରାଜନୈତିକ ସମାବେଶରେ ସଂକ୍ରମଣ ବ୍ୟାପେ ନାହିଁ କି?
  • ବିକ୍ଷୋଭ ସମାବେଶରୁ କରୋନା ଦୂରେଇ ରୁହେ କି?
  • ହଲ, ମଲରେ ଶତାଧିକ ଲୋକଙ୍କ ସମାଗମ ହେଉଛି, ପୂଜା ବେଳକୁ କଟକଣା କାହିଁକି?

ବିଏମସି ଚାହିଁଥିଲେ, ଲୋକ ଭିଡକୁ ନିୟନ୍ତ୍ରଣ କରିବା ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିପାରିଥାନ୍ତା । ସାଧାରଣ ଦର୍ଶନକୁ ବାରଣ କରିଥିବାରୁ ପୂଜା ପେଣ୍ଡାଲ ନିକଟରେ ଉଠାଦୋକାନ ପକାଉଥିବା ଲୋକଙ୍କ ରୋଜଗାର ବାଟ ବି ବନ୍ଦ ହୋଇଯାଇଛି । ଖାଲି ଏତିକି ନୁହେଁ ପାର୍ବଣ ସମୟରେ ମେଲୋଡି, ଟେଣ୍ଟ ହାଉସ ଜରିଆରେ ଆୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ବାଧା ଉପୁଜିଛି ।