କନକ ବ୍ୟୁରୋ: ରାଜଧାନୀରେ ଦୁର୍ଗାପୂଜା ନେଇ ଗାଇଡଲାଇନ ଜାରି କରିଛି ବିଏମସି । ସର୍ବସାଧାରଣରେ ପୂଜାକୁ ବାରଣ କରାଯାଇଛି । ଲୋକମାନେ ଘରେ ରୀତିନୀତି ଅନୁସାରେ ପୂଜା କରିପାରିବେ । ମଣ୍ଡପ ଓ ପେଣ୍ଡାଲରେ ୩ ପାଖରୁ ଆବଦ୍ଧ କରାଯିବ । ଆଉ କେବଳ ଗୋଟିଏ ପାଖରେ ମା’ଙ୍କ ରୀତିନୀତି ସମ୍ପନ୍ନ ହେବ । ସାଧାରଣ ଦର୍ଶନ ବନ୍ଦ ରହିବ । ମୂର୍ତିର ଉଚ୍ଚତା ୪ ଫୁଟରୁ କମ୍ ରହିବ ।

Kanak News is now on WhatsApp
Join and get latest news updates delivered to you via WhatsApp
ମଣ୍ଡପ ବା ପେଣ୍ଡାଲ ନିକଟରେ ଗୋଟିଏ ସମୟରେ ୭ ଜଣରୁ ଅଧକ ଲୋକ ଏକାଠି ହୋଇପାରିବେ ନାହିଁ । କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଏହାସହ କେବଳ ଦୁଇଟି ଯାକ ଟିକା ଲୋକ ହିଁ କିପରି ପୂଜା ବିଧିରେ ଯୋଗଦେବେ, ସେନେଇ ଆୟୋଜକମାନେ ନିଶ୍ଚିତ କରିବେ । ମୂର୍ତି ବିସର୍ଜନ ଶୋଭାଯାତ୍ରା ହୋଇପାରିବ ନାହିଁ ।
ବିଏମସି ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତି ବିସର୍ଜନ କରାଯିବ । ବିସର୍ଜନ ବେଳେ ସର୍ବାଧିକ ୧୦ ଜଣ ଏକାଠି ହୋଇପାରିବେ । ଦୁର୍ଗାପୂଜା ସମୟରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଏହାସହ ପୂଜା କମିଟି କର୍ମକର୍ତା ଓ ସଦସ୍ୟମାନେ ଟିକା ପ୍ରମାଣପତ୍ର ଓ ଅନ୍ୟ ଅନୁମତିପତ୍ର ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।