ଦୋକାନୀଙ୍କ ପାଇଁ କାଲିଠୁ କଡା ନିୟମ । ସାମାଜିକ ଦୂରତା ବଜାର ରଖିବାକୁ ସବୁ ଦୋକାନୀଙ୍କୁ ନିର୍ଦ୍ଦେଶ । ନିୟମ ଭାଙ୍ଗିଲେ ଦାୟୀ ହେବେ ଦୋକାନୀ, ବନ୍ଦ ହେବ ଦୋକାନ

1,772

କନକ ବ୍ୟୁରୋ: ସାମାଜିକ ଦୂରତାକୁ ଗୁରୁତ୍ୱ ଦେଲେ ସରକାର । କାଲିଠାରୁ ସାମାଜିକ ଦୂରତା ଉପରେ ଦିଆଯିବ ଅଧିକ ଫୋକସ । ବଜାରରେ ଲୋକଙ୍କ ଭିଡକୁ ଆଖି ଆଗରେ ରଖି ଏବଂ କରୋନା ମୁକାବିଲା ପାଇଁ ଉଭୟ ବିଏମସି ଏବଂ ପୋଲିସ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇଛନ୍ତି ଆଉ କାଲିଠାରୁ ନୂଆ ନିୟମ ଲାଗୁ କରିଛନ୍ତି । ତେବେ ଆସନ୍ତାକାଲି ଠାରୁ ରାଜଧାନୀର ସମସ୍ତ ଦୋକାନୀ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦୋକାନୀ ମାନେ ଗ୍ରାହକଙ୍କୁ ସାମାଜିକ ଦୂରତା ରଖିବାକୁ କହିବେ । ସାମାଜିକ ଦୂରତାକୁ ପାଇଁ ଗ୍ରାହକଙ୍କୁ ବୁଝାଇବେ । ଦୋକାନ ଆଗରେ ଗୋଲ ଗୋଲ ବୁଲାଇ ଲୋକଙ୍କୁ ଛିଡା ହେବାକୁ କହିବେ । ଦୋକାନୀ ମାନେ ବାହାରେ ଜଣେ ଲୋକଙ୍କୁ ଛିଡା କରି ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇ ଦେବେ । କିଣାବିକା ବେଳେ ସାମାଜିକ ଦୂରତା ବଜାୟ ରଖିବା ଦୋକାନୀଙ୍କ ଦାୟିତ୍ୱ । କାଲି ଠାରୁ ଦୋକାନୀ ଏହି ନିୟମକୁ କଡାକଡି ଭାବେ ମାନିବେ । ଆଉ ଯଦି ନିୟମରେ କୌଣସି ବ୍ୟତିକ୍ରମ ହୁଏ ତେବେ ଦୋକାନୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ । ନିୟମ ନମାନିଲେ ଅବା ନିର୍ଦ୍ଦେଶରେ ଖିଲାପ କଲେ ଦୋକାନକୁ ସଙ୍ଗେ ସଙ୍ଗେ ବନ୍ଦ କରିଦିଆଯିବ ଏମିତିକି ଦରକାର ପଡିଲେ ଦୋକାନୀଙ୍କ ଉପରେ ଅପରାଧିକ ଦଫା ଲଗାଯାଇପାରେ ବୋଲି ପୋଲିସ କମିଶନର ଏବଂ ବିଏମସି କମିଶନର କହିଛନ୍ତି ।