ଦିବ୍ୟାଙ୍ଗ ବ୍ୟବସାୟୀଙ୍କ ଉପରେ ବିଏମସିର ଜୁଲମ୍ । ଦାବି ପୂରଣ ବଦଳରେ ମାଡ ମାରିଲେ ।

95

କନକ ବ୍ୟୁରୋ: ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା ଦେଇଥିବା ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଉଠାଇ ନେଲା ବିଏମସି । ମାଡ଼ ମାରି ଜୋରଜବରଦସ୍ତି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଦାବି ପୂରଣ କରିବା ବଦଳରେ ରାତି ଅଧରେ ଧାରଣାରୁ ଉଠାଇ ନିଆଯାଇଛି । ବିଏମସି ଏନଫୋର୍ସମେଣ୍ଟଟିମ୍ ଉପସ୍ଥିତିରେ ଏକ ଘରୋଇ ସଂସ୍ଥା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।ବିଏମସି ଅଫିସ୍ ଆଗରେ ୪ ଦିନ ହେବ ଜୀବନ ଜୀବିକା ପାଇଁ ଭେଣ୍ଡିଂ ଜୋନ୍ ଦାବିରେ ଧାରଣାରେ ବସିଥିଲେ । ଗତ ୨୫ ତାରିଖରୁ ଏମାନେ ଆନ୍ଦୋଳନ କରି ଆସୁଛନ୍ତି ।

ଭୁବନେଶ୍ୱର ମାର୍କେଟ୍ ବିଲଡିଂରେ ୨୦ ବର୍ଷରୁ ଅଧିକ ହେବ ୨୩ ଜଣ ଭିନ୍ନକ୍ଷମ ବ୍ୟବସାୟ କରି ଆସୁଥିଲେ । ହେଲେ ବିଏମ୍ସି ସେଠାରେ ବ୍ୟବସାୟ କରିବାକୁ ନଦେଇ ଉଚ୍ଛେଦ କରିଥିଲା । ଉଚ୍ଛେଦ କରିଥିବା ବ୍ୟବସାୟୀଙ୍କୁ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପୂରଣ ନହେବାରୁ ଧାରଣାରେ ବସିଥିଲେ ଏହି ଦିବ୍ୟାଙ୍ଗ ବ୍ୟବସାୟୀ ।