ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ୧୮ ଜଣ ମନ୍ତ୍ରୀଙ୍କ ବାସଭବନକୁ ଡିଫଲ୍ଟର ଘୋଷଣା କଲା ବିଏମସି । ସାଢ଼େ ୭ଲକ୍ଷ ଟଙ୍କାର ପାଣି ବିଲ୍ ରହିଛି ବକେୟା ।

192

କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସରକାରୀ ବାସଭବନକୁ ଡିଫଲ୍ଟର ଘୋଷଣା କଲା ବମ୍ବେ ମ୍ୟୁନିସପାଲ କର୍ପୋରେସନ ବା ବିଏମସି । ବାରମ୍ବାର ବିଜୁଳି ବିଲ ବାକି ରହିବା କାରଣରୁ ବିଏସପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ପାଖାପାଖି ସାଢେ ୭ଲକ୍ଷ ଟଙ୍କାର ପାଣି ବିଲ ବକେୟା ରହିଛି । ଆଉ ଏଥିପାଇଁ ବିଏମସି ତାଙ୍କ ସରକାରୀ ବାସଭବନ ବର୍ଷାକୁ ଡିଫଲ୍ଟର ଘୋଷିତ କରିଛି । ଖାଲି ମୁଖ୍ୟମନ୍ତ୍ରୀ ନୁହଁନ୍ତି, ରାଜ୍ୟ ସରକାରଙ୍କ ୧୮ ଜଣ ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଡିଫଲ୍ଟର ଘୋଷିତ କରାଯାଇଛି ।

ଏକ ଆରଟିଆଇ ତଥ୍ୟରୁ ଏଭଳି ଖବର ସାମ୍ନାକୁ ଆସିଛି । ଏଥିରୁ ଜଣାପଡିଛି ଯେ ମହାରାଷ୍ଟ୍ରରେ ତିଆରି ହୋଇଥିବା ପ୍ରାୟ ସବୁ ସରକାରୀ ବାସଭବନ ବା ମନ୍ତ୍ରୀ ଓ ନେତାଙ୍କ ବାସଭବନ ଉପରେ ବିଏମସିର ପାଖାପାଖି ୮କୋଟି ଟଙ୍କା ବାକି ରହିଛି । ତେବେ ଏହି ତାଲିକାରୁ ସବୁଠୁ ଆଗରେ ରହିଛି ମୁଖ୍ୟମନ୍ତ୍ରୀ ଫଡନାବିସଙ୍କ ନାଁରେ । ରାଜ୍ୟରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଭାରତୀୟ ଜନତା ପାର୍ଟି ପୁଣି ଥରେ ଦେବେନ୍ଦ୍ର ଫଡନାବୀଶଙ୍କ ନେତୃତ୍ୱରେ ନିର୍ବାଚନ ଳଢିବାକୁ ଯାଉଛି ।