ଖଣ୍ଡଗିରି ଯାତ୍ରା ପାଇଁ ଚାଲିଛି ବିକଳ୍ପ ଜାଗା ଖୋଜା : ପୂର୍ବ ସ୍ଥାନରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ କହିଲେ ବିଏମସି କମିଶନର

175

କନକ ବ୍ୟୁରୋ : ଖଣ୍ଡଗିରି ଯାତ୍ରାର ଆୟୋଜନକୁ ନେଇ ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ପୂର୍ବସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି । ତା’ଛଡ଼ା ଖଣ୍ଡଗିରି ଯାତ୍ରାକୁ ଦୈନିକ ୫୦ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି । ତେଣୁ ସେହି ସ୍ଥାନରେ କୋଭିଡ କଟକଣା ମଧ୍ୟରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ । ଏଥିଲାଗି ବିକଳ୍ପ ସ୍ଥାନ ଖୋଜା ଚାଲିଛି ବୋଲି ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଏଣେ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୋଟିଏ ସ୍ଥାନରେ ନକରି ଦୁଇ ବା ତିନୋଟି ସ୍ଥାନରେ ପୃଥକ ପୃଥକ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଏବାବଦରେ  ଆଲୋଚନା କରି ଉଭୟଙ୍କ ପରାମର୍ଶ ନିଆଯାଇଛି । କରୋନାର ସଫଳ ମୁକାବିଲାରେ ରାଜଧାନୀବାସୀଙ୍କ ସହଯୋଗ ମିଳିଛି । କୌଣସି ଭୁଲ ନିଷ୍ପତ୍ତି ପୁଣି ବୁମେରାଂ ହୋଇପାରେ । ଏଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ । ଏନେଇ ଆଜି ପୁଣି ଆୟୋଜକଙ୍କ ସହ ଆଲୋଚନା ହେବ ଓ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।