ରାଜଧାନୀର ଡ୍ରେନେଜ୍ ସମସ୍ୟା ନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା । ଜଳବନ୍ଦୀ ସ୍ଥାନ ଚିହ୍ନଟ, ଖୁବଶୀଘ୍ର ହେବ ସମାଧାନ

Advertisment
ରାଜଧାନୀର ଡ୍ରେନେଜ୍ ସମସ୍ୟା ନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା । ଜଳବନ୍ଦୀ ସ୍ଥାନ ଚିହ୍ନଟ, ଖୁବଶୀଘ୍ର ହେବ ସମାଧାନ

କନକ ବ୍ୟୁରୋ : ଗତ ସପ୍ତାହରେ ରାଜଧାନୀ ଭୁବନେଶ୍ବରରେ ହୋଇଥିବା ବର୍ଷା ୬୩ବର୍ଷର ରେକର୍ଡ ଭାଙ୍ଗିଥିଲା। ଲଗାଣ ବର୍ଷା ପାଇଁ ଅନେକ ଦୁର୍ଘଟଣା ଘଟିବା ସହ ଘରଦ୍ବାର ଭାଙ୍ଗିଥିଲା। ରାଜଧାନୀର ରାଜରାସ୍ତା ନଦୀ ପରି ମନେ ହୋଇଥିଲା। ଏହି ବର୍ଷାଜଳ ପାଇଁ ଖୋଲାଥିବା ଡ୍ରେନରେ ପଡ଼ି ୧୦ମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶଙ୍କର ମୃତ୍ୟୁ ହେବା ପରେ ଏବେ ବିଏମସିର ଆଖି ଖୋଲିଛି। ରାଜଧାନୀର ୬୩ବର୍ଷ ପରେ ରେକର୍ଡ ଜନିତ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା ଉପୁଜିଛି ବୋଲି କହିଛନ୍ତି ବିଏମସି କମିସନର ସଞ୍ଜୟ ସିଂ ।

ସେ କହିଛନ୍ତି ଯେ, ଯେତେ ଯାଗାରେ ଜଳ ନିଷ୍କାସନ ସମସ୍ୟା ହୋଇଥିଲା ସେ ସବୁକୁ ଚିହ୍ନଟ କରାଯାଇଛି । ୭୫ଟି ଏଭଳି ସ୍ଥାନ ଚିହ୍ନଟ କରାଯିବା ସହ ଜଳ ଜମିରହିବ‌ାର କାରଣ କ’ଣ ତାହା ଅନୁସନ୍ଧାନ କରାଯାଇଛି । କିପରି ‘ସର୍ଟ ଟର୍ମ’ ଓ ‘ଲଙ୍ଗ ଟର୍ମ’ ପାଇଁ ଏହାର ସମାଧାନ କରାଯିବ ତାର ବାଟ ମଧ୍ୟ ବାହାର କରାଯାଇଛି। ଗତକାଲିଠାରୁ ସେହି ପଏଣ୍ଟଗୁଡିକର ସମୀକ୍ଷା କରାଯାଉଛି। ଯେଉଁଠି ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ଦରକାର ପଡ଼ିବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରାଯିବ । ନିଜ ନିଜ ଅଞ୍ଚଳର ଆକଳନ  ତିଆରି କରିବା ପାଇଁ ସବୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରାକୃତିକ ନାଳର କଭର ନକରିବା ପାଇଁ ସୁପ୍ରିମକୋର୍ଟ, ଗ୍ରୀନ ଟ୍ରିବ୍ୟୁନାଲ, ନ୍ୟାସନାଲ ଓ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଗାଇଡଲାଇନ ରହିଛି । ଗାଇଡଲାଇନ ମାନି ଦୁର୍ଘଟଣା ଏଡ଼ାଇବା ପାଇଁ ଉଚିତ ପଦକ୍ଷେପ ନିଆଯାଉଛି । ଗତ ବର୍ଷାରେ ୩୫ଟି ଜାଗାରେ ପମ୍ପ ଲଗା ଯାଇଥିବା ବେଳେ ଆଗକୁ ବଡ଼ ବର୍ଷା ପାଇଁ ଅଧିକ ପମ୍ପ ଲଗାଯିବ ବୋଲି କହିଛନ୍ତି ବିଏମସି କମିସନର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe