ରାଜଧାନୀର ଘରୋଇ ହସ୍ପିଟାଲରେ ଚାଲିଛି ଟିକାଦାନ : ବିଏମସି ଅଧିନରେ ଥିବା ୧୫ଟି ଘରୋଇ ହସ୍ପିଟାଲରେ ହେଉଛି କରୋନା ଟିକାକରଣ

କେବଳ କୋଇନ ପୋର୍ଟାଲରେ ରେଜିଷ୍ଟ୍ରେସନ କରି ୨୫୦ ଟଙ୍କାରେ ଟିକା ନେଉଛନ୍ତି ବୟସ୍କ

148

କନକ ବ୍ୟୁରୋ : ସାରାଦେଶରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆଜି ମଧ୍ୟ ଜାରି ରହିଛି । ତେବେ ଭୁବନେଶ୍ୱରରେ ଆଜିଠାରୁ ଘରୋଇ ହସ୍ପିଟାଲରେ ଟିକାଦାନ ଆରମ୍ଭ କରାଯାଇଛି । ରାଜଧାନୀରେ ବିଏମସି ଅଧିନରେ ଥିବା ୧୫ଟି ଘରୋଇ ହସ୍ପିଟାଲରେ କରୋନା ଟିକା ଦିଆଯାଉଛି । ସମ, କିମ୍ସ, କଳିଙ୍ଗ ହସ୍ପିଟାଲ ସମେତ ବ୍ଲୁ-ହ୍ୱିଲ, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ ହସ୍ପିଟାଲରେ ଟିକା ଦିଆଯାଉଛି ।

ସେହିପରି ନିଳାଚଳ, ହାଇଟେକ୍, କେୟାର, ଏଲ ଭି ପ୍ରସାଦ ଆଇ ହସ୍ପିଟାଲ, ସ୍ପର୍ଷ, ବିବେକନନ୍ଦ, ଆପୋଲୋ ଏବଂ ସମ ଅଲ୍ଟିମେଟ ହସ୍ପିଟାଲରେ ମଧ୍ୟ କରୋନା ଟିକା ଦିଆଯାଉଛି । ତେବେ ଏସବୁ ଘରୋଇ ହସ୍ପିଟାଲରେ କେବଳ କୋ-ୱିନ ପୋର୍ଟାଲରେ ପଞ୍ଜିକରଣ କରିଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବା ଜଣାପଡିଛି ।