କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । କଲିକତାରେ ୪ ଦିନ ଥିଲେ ୫ମ ଆକ୍ରାନ୍ତଙ୍କ ପରିବାର ସଦସ୍ୟ । ଭୁବନେଶ୍ୱରରେ ପୋଷ୍ଟମ୍ୟାନ ଭାବେ କାମ କରନ୍ତି ପୁରୀର ଆକ୍ରାନ୍ତ । ଗତ ୧୦ରେ ଫେରିଥିଲେ ଦିଲ୍ଲୀରୁ…

1,115

କନକ ବ୍ୟୁରୋ: ଓଡିଶାରେ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ନେଇ ଆସିଲା ବଡ ଖବର । ଭୁନେଶ୍ୱରର ୨ଟି ମାମଲା ଏବଂ ପୁରୀର ଜଣେ ପଜିଟିଭଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର । ୩ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ ପ୍ରେସମିଟ କରି ଜଣାଇଲେ ବିଏମସି କମିଶନର ।

ତେବେ ଭୁବନେଶ୍ୱର ସୂର୍ଯ୍ୟନଗର ୫ମ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ୫ମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ପରିବାର ସଦସ୍ୟ କରିକତା ଯାଇଥିଲେ । ସେଠାରେ ପ୍ରାୟ ୪ ଦିନ ରହିଥିଲେ । ସେହିପରି ବମିଖାଲ ୩ ଆକ୍ରାନ୍ତ ଭାଇଙ୍କ ବାପା ବି ପଜିଟିଭି ଅଛନ୍ତି । କଣ୍ଟାକ୍ଟ ଟ୍ରେସିଂରୁ ତାଙ୍କ ବାପା ଭୋପାଲରେ ଥିବା ଜଣାପଡିଛି ଏବଂ ତାଙ୍କ ନମୂନା ପଜିଟିଭ ରହିଛି ।

ପଞ୍ଚମ ଏବଂ ବମିଖାଲ ଅଞ୍ଚଳର କରୋନା ଆକ୍ରାନ୍ତଙ୍କୁ ନେଇ ବଡ଼ ସୂଚନା:

ପଞ୍ଚମ ଏବଂ ବମିଖାଲ ଅଞ୍ଚଳର କରୋନା ଆକ୍ରାନ୍ତଙ୍କୁ ନେଇ ବଡ଼ ସୂଚନା: ସର୍ତକ କରାଇ ପୂରା ତଥ୍ୟ ଦେଲେ ରାଜ୍ୟ ସରକାର #ShutDown #ShutDown48hours #Odisha #OdishaFightsCoronaVirus #COVID19Pandemic

Posted by Kanak News on Saturday, April 4, 2020

ସେପଟେ ପୁରୀର କରୋନା ଆକ୍ରାନ୍ତଙ୍କୁ ନେଇ ବଡ ସୂଚନା ଦେଲେ ସରକାର । ପୁରୀରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣେ ପୋଷ୍ଟମ୍ୟାନ । ସେ ଭୁବନେଶ୍ୱରରେ ପୋଷ୍ଟ କର୍ମଚାରୀ ଭାବେ କାମ କରନ୍ତି । ବିଜେବି ନଗର ସବପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବେ କାମ କରନ୍ତି । ଗତ ୧୦ ତାରିଖ ଦିନ ସେ ଦିଲ୍ଲୀରୁ ଫେରିଥିଲେ । ଗୌତମ ନଗର ଏବଂ କୋର୍ଟ ଅଞ୍ଚଳରେ ସେ ଡାକ ଦେବାନେବା କରନ୍ତି ।

ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ସରକାରଙ୍କୁ ଜଣାନ୍ତୁ । ଥଣ୍ଡା, କାଶ କିମ୍ବା କୌଣସି ଲକ୍ଷଣ ନିଜ ଦେହରେ ଦେଖାଦେଲେ ସଙ୍ଗେ ସଙ୍ଗେ ୧୦୪କୁ କଲ କରି ସୂଚନା ଦିଅନ୍ତୁ ବୋଲି ବିଏମସି କମିଶନର କହିଛନ୍ତି ।