୧୮ରୁ ୪୪ ବର୍ଷ ଟୀକାକରଣ ନେଇ ବଡ଼ ଖବର: ଆଜି ସଂଧ୍ୟାରେ ମିଳିବ ସ୍ଲଟ୍, ରେଜିଷ୍ଟ୍ରେସନ୍ ନକଲେ ଟୀକା ମନା ।

503

କନକ ବ୍ୟୁରୋ: ଆଜି ସନ୍ଧ୍ୟାରେ ୧୮ରୁ ୪୪ ବର୍ଷ ଲୋକଙ୍କ ଟୀକାକରଣ ପାଇଁ ସ୍ଲଟ୍ ଓପନ କରାଯିବ । www.cowin.gov.in ରେ ରେଜିଷ୍ଟ୍ରେସନ୍ କରିନେବାକୁ ପରାମର୍ଶ ଦେଲେ ବିଏମସି କମିଶନର । ତେବେ ୧୮ରୁ ୪୪ ବର୍ଷର ରେଜିଷ୍ଟ୍ରେନ ନକରିଥିଲେ ଟୀକା ମିଳିବନି ବୋଲି ଆଗରୁ ଚେତାଇ ଦେଇଛନ୍ତି ବିଏମସି କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ ।

ତେବେ ସୋମବାରରୁ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ଲୋକ ଟୀକା ନେବେ । ଏହି ଟୀକାକରଣ ବେଳେ ଅଯଥାରେ ଟୀକା କେନ୍ଦ୍ରରେ ଭିଡ଼ ଜମା ନକରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର । ସବୁଠାରୁ ବଡ଼କଥା ହେଲା ଆଜି ସନ୍ଧ୍ୟାରେ ସ୍ଲଟ ଓପନ୍ କରାଯିବ, ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ ରେଜିଷ୍ଟ୍ରେସନ୍ କରିନେବାକୁ ସୂଚନା ଦେଇଛନ୍ତି ବିଏମସି କମିଶନର ।

Comments are closed.