କନକ ବ୍ୟୁରୋ: ଆଜି ସନ୍ଧ୍ୟାରେ ୧୮ରୁ ୪୪ ବର୍ଷ ଲୋକଙ୍କ ଟୀକାକରଣ ପାଇଁ ସ୍ଲଟ୍ ଓପନ କରାଯିବ । www.cowin.gov.in ରେ ରେଜିଷ୍ଟ୍ରେସନ୍ କରିନେବାକୁ ପରାମର୍ଶ ଦେଲେ ବିଏମସି କମିଶନର । ତେବେ ୧୮ରୁ ୪୪ ବର୍ଷର ରେଜିଷ୍ଟ୍ରେନ ନକରିଥିଲେ ଟୀକା ମିଳିବନି ବୋଲି ଆଗରୁ ଚେତାଇ ଦେଇଛନ୍ତି ବିଏମସି କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ ।
ତେବେ ସୋମବାରରୁ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ଲୋକ ଟୀକା ନେବେ । ଏହି ଟୀକାକରଣ ବେଳେ ଅଯଥାରେ ଟୀକା କେନ୍ଦ୍ରରେ ଭିଡ଼ ଜମା ନକରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର । ସବୁଠାରୁ ବଡ଼କଥା ହେଲା ଆଜି ସନ୍ଧ୍ୟାରେ ସ୍ଲଟ ଓପନ୍ କରାଯିବ, ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ ରେଜିଷ୍ଟ୍ରେସନ୍ କରିନେବାକୁ ସୂଚନା ଦେଇଛନ୍ତି ବିଏମସି କମିଶନର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/33-1.jpg)