ଆସନ୍ତାକାଲି ଠାରୁ ରାଜଧାନୀରେ ନାଇଟ କର୍ଫ୍ୟୁ । ନାଇଟ୍ କର୍ଫ୍ୟୁକୁ ସଫଳ କରିବାକୁ ବିଏମସିର ଆହ୍ୱାନ । କର୍ଫ୍ୟୁକୁ ନଜରରେ ରଖି ବଜାରରେ ଭିଡ

167

କନକ ବ୍ୟୁରୋ : ଆସନ୍ତା କାଲିଠାରୁ ରାଜ୍ୟରେ ଲାଗୁହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ । ଏହି କ୍ରମରେ ରାଜ୍ୟର ୨୦ ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ ଟା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଏହା ସହ ଅନ୍ୟ ୧୦ ଟି ଜିଲ୍ଲାରେ ସଂନ୍ଧ୍ୟା ୬ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଏହାରି ଭିତରେ ରାଜଧାନୀରେ ନାଇଟ୍ କର୍ଫ୍ୟୁକୁ ସଫଳ କରିବାକୁ ବିଏମସି ପକ୍ଷରୁ ଆହ୍ୱାନ ଦିଆଯାଇଛି ।

ବିଏମସି କହିଛି ଯେ, ନାଇଟ୍ କର୍ଫ୍ୟୁକୁ ନେଇ କେହି ଭୟଭିତ ହେବାର କିଛି କାରଣ ନାହିଁ । ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତ ଅତ୍ୟାବଶକୀୟ ସେବା ଜାରି ରହିବ । କେହି ଯେମିତି ଅସୁବିଧାରେ ସମ୍ମୁଖୀନ ନହୁଅନ୍ତି ସେନେଇ ବିଏମସି ସତର୍କ ଥିବା କଥା କହିଛି । ଅନ୍ୟପଟେ କର୍ଫ୍ୟୁକୁ ନଜରରେ ରଖି ବଜାରରେ ଭିଡ ପରିଲକ୍ଷିତ ହୋଇଛି । ଏହାକୁ ନେଇ ବିଏମସି କହିଛି କି ଅଧିକ ମାତ୍ରାରେ ଲୋକ ଭିଡ ହେଲେ କର୍ଫ୍ୟୁରୁ କିଛି ଲାଭ ମିଳିବ ନାହିଁ । ତେଣୁ ବଜାରରେ ଭିଡ କରିବା ପରିବର୍ତ୍ତେ ସମସ୍ତେ ଅନଲାଇନ୍ ଓ ହୋମ ଡେଲିଭରି ବ୍ୟବସ୍ଥାର ସୁଯୋଗ ନିଅନ୍ତୁ । ମେଡିକାଲ ସର୍ଭିସ ଓ ଏୟାରପୋର୍ଟ ପାଇଁ ଟାକ୍ସି ବ୍ୟବସ୍ଥା ରହିଛି । ତେଣୁ ଲୋକମାନେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ନିଜକୁ ସୁରକ୍ଷିତ ରଖିବା ସହ ସରକାରଙ୍କୁ ସହାୟତା କରନ୍ତୁ ବୋଲି ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି ।