କନକ ବ୍ୟୁରୋ: ୧୬ ନମ୍ବର ଜାତୀୟ ରାଜପଥ ଦବିବା ଘଟଣାରେ ଏନଏଚଏଆଇ କୁ ଦୋଷ ଦେଲା ବିଏମସି। ନିମ୍ନମାନର କାମ ହୋଇଥିବା ଅଭିଯୋଗ କହିଛନ୍ତି ମେୟର ସୁଲୋଚନା ଦାସ । କହିଛନ୍ତି, ‘ ଓଭର୍ ବ୍ରିଜ ନିର୍ମାଣର ୬ ମାସ ଭିତରେ ରାସ୍ତା ଦବିବା ଆଶ୍ଚର୍ୟ୍ୟର ବିଷୟ। ବ୍ୟସ୍ତ ବହୁଳ ରାସ୍ତାର ଏଭଳି ଅବସ୍ଥା ମୃତ୍ୟୁକୁ ନିମନ୍ତ୍ରଣ କରୁଛି। ଖାଲି ଏ ବ୍ରିଜ ନୁହେଁ ସମସ୍ତ ନିର୍ମାଣଧିନ ବ୍ରିଜ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଏଣୁ ଟେକ୍ନିକାଲ ଟିମ୍ ଆସି ଯାଞ୍ଚ କରିବା କଥା । ରାସ୍ତା ଦବିବାର ସତ୍ୟାସତ୍ୟ କାରଣ ଜାଣିବା ନିହାତି ଦରକାର। ନଚେତ୍ ବିହାର ଭଲି ଅବସ୍ଥା ଓଡ଼ିଶାରେ ମଧ୍ୟ ହେବ ବୋଲି କହିଲେ। ଏନଏଚଏଆଇ ର ଯେଉଁମାନେ ରାସ୍ତା କାମ ପାଇଁ ଟେଣ୍ଡର ନେଉଛନ୍ତି ସେମାନେ ନିମ୍ନ ମାନର କାମ କରୁଛନ୍ତି ଏଥିରୁ ସ୍ପଷ୍ଟ ହୋଇଛି। ଏଣୁ ଏହାର ଯାଞ୍ଚ କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି’।

Advertisment

‘ସେହିଭଳି ଏନଏଚଏଆଇ ଅନେକ କାମରେ ଅବହେଳା କରୁଛି। ଯାହା ଦ୍ୱାରା ବିଏମସି ଦୋଷ ମୁଣ୍ଡାଉଛି। ଇସ୍କନରେ ଏନଏଚଏଆଇ ର ତ୍ରୁଟିପୂର୍ଣ୍ଣ ପ୍ଲାନ ପାଇଁ ଜଳବନ୍ଦୀ ହେଉଛି। ଅନେକ ଡ୍ରେନ୍ କାମ ଘଐଇଓ ଯୋଗୁଁ ଅଟକି ରହିଛି ଫଳରେ ଜଳବନ୍ଦୀ ସମସ୍ୟା ହେଉଚି। ପୂର୍ବରୁ ଖଣ୍ଡଗିରି ଓଭରବ୍ରିଜ ବାରମ୍ବାର ମରାମତି ହୋଇଥିଲା। ଜୁନ ୧୦ ସୁଦ୍ଧା ହଂସପାଳ ଓଭର୍ ବ୍ରିଜ କାମ ଶେଷ କରିବାକୁ କୁହାଯାଇଥିଲା କିନ୍ତୁ କାମ ସରିଲା ନାହିଁ। ଯାହା ଫଳରେ ଦୃଘଟଣା ଘଟିବା ସହିତ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି’ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।