ବିଏମସି ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ମନା: ରାଜଧାନୀରେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବଢିବାରୁ ବିଏମସି ନେଲା ପଦକ୍ଷେପ

188

କନକ ବ୍ୟୁରୋ: ବିଏମସି ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ରାଜଧାନୀରେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବଢିବାରୁ ବିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଜିଠାରୁ ଆହୁରୀ କଡାକଡି ଭାବେ କଟକଣା ଜାରି କରାଯିବ । ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ବିଏମସି ଗୁରୁତ୍ୱ ଦିଆଯିବ । ଯେଉଁମାନେ କରୋନା କଟକଣା ମାନିବେ ନାହିଁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।