ପେନସନ୍ ଉପଭୋକ୍ତାଙ୍କୁ ମିଳିବ ଅଧିକ ମାସକର ପେନସନ୍: ୧୭ତାରିଖ ସୁଦ୍ଧା ସମସ୍ତ ପେନସନଭୋଗୀଙ୍କୁ ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି

Advertisment
ପେନସନ୍ ଉପଭୋକ୍ତାଙ୍କୁ ମିଳିବ ଅଧିକ ମାସକର ପେନସନ୍: ୧୭ତାରିଖ ସୁଦ୍ଧା ସମସ୍ତ ପେନସନଭୋଗୀଙ୍କୁ ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି

କନକ ବ୍ୟୁରୋ: ବିଏମସି ଅଧୀନସ୍ଥ ସମସ୍ତ ପେନସନ୍ ଉପଭୋକ୍ତାଙ୍କୁ ଅତିରିକ୍ତ ୧ମାସର ପେନସନ୍ ପ୍ରଦାନ କରାଯାଉଛି। ମେ ୧୭ତାରିଖ ସୁଦ୍ଧା ସମସ୍ତ ପେନସନ୍ ଉପଭୋକ୍ତାଙ୍କୁ ଏହି ପେନସନ୍ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଉପଭୋକ୍ତାଙ୍କୁ ପ୍ରତ୍ୟେକ ମାସର ୫ ଓ ୧୮ତାରିଖରେ ପେନସନ୍ ଦିଆଯାଉଥିବାବେଳେ ଏଥର ଚଳିତମାସର ପେନସନ୍ ସହ ଅତିରିକ୍ତ ଏକ ମାସର ପେନସନ୍ ଦିଆଯାଉଛି। ବିଏମସି ଅଧୀନରେ ୨୨ହଜାର ହିତାଧିକାରୀ ପେନସନ୍ ପାଉଥିବାବେଳେ ସମସ୍ତେ ଯେପରି ପେନସନ୍ ପାଇବେ ସେଥିପାଇଁ ବିଏମ୍ସି ପକ୍ଷରୁ ପଦକ୍ଷେପ ନିଆଯାଉଛି।

publive-image

ସେହିଭଳି, ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ବସ୍ତିର ପ୍ରତ୍ୟେକ ପରିବାରକୁ ବାତ୍ୟା ସହାୟତା ମିଳିବ। ଏଥିରେ ସେମାନଙ୍କୁ ଅଢ଼େଇ ହଜାର ଟଙ୍କା ଏବଂ ୫୦କେଜି ଚାଉଳ ପ୍ରଦାନ କରାଯିବ। ଏନେଇ ସ୍ବତନ୍ତ୍ର ରିଲିଫ କମିସନର୍ ବିଷ୍ଣୁପଦ ସେଠୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

publive-image

ବିଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନିୟମ ଅନୁଯାୟୀ, ଏବେ ଆମେ ୧ଲକ୍ଷ ୪ହଜାର ୮୧୪ଜଣ ରାସନ୍ କାର୍ଡଧାରୀଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତି କରିଥିବାବେଳେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆଉ ପ୍ରାୟ ୧୦% ଅଧିକ ହିତାଧିକାରୀ ଏହି ସହାୟତା ପାଇବେ। ସେମାନଙ୍କୁ ଅଢ଼େଇ ହଜାର ଟଙ୍କା ଏବଂ ୫୦କେଜି ଚାଉଳ ପ୍ରଦାନ କରିବୁ। ତେବେ ଆଗକୁ ବିଏମସି ନିର୍ବାଚନ ଥିବାରୁ ବସ୍ତି ଭୋଟ୍ ଉପରେ ନଜର ରଖି ସରକାର ଏପରି ଯୋଜନା କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe