କନକ ବ୍ୟୁରୋ: କୋଭିଡର ଦ୍ୱିତୀୟ ଲହର ଓ ସଂକ୍ରମଣ ବଢୁଥିବା ଭିତରେ ସିଲ୍ ହେଲା ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । କୋଭିଡ୍ ନିୟମ ପାଳନ ନହେଉଥିବା କାରଣରୁ ବିଏମସି ଓ କମିସନରେଟ୍ ପୋଲିସ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୨ ଦିନ ପାଇଁ ଏହାକୁ ସିଲ୍ କରିଛନ୍ତି । ଆଗାମୀ ଦୁଇ ଦିନ ମାର୍କେଟ୍ ବିଲ୍ଡିଂ ସିଲ୍ ହୋଇରହିବ । ଗତ କିଛି ଦିନ ଧରି ମାର୍କେଟ ବିଲ୍ଡିଂ ଅଂଚଳରେ ପ୍ରବଳ ଜନଗହଳି ଦେଖିବାକୁ ମିଳୁଥିଲା । ଲୋକଙ୍କ ସହିତ କିଛି ଦୋକାନୀ ମଧ୍ୟ ଖୋଲାଖୋଲି ନିୟମ ଉଂଲ୍ଲଘନ ଖରୁଥିଲେ । ଯାହା ବିଏମସି କାନକୁ ଯିବା ପରେ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି । ଅନ୍ୟପଟେ ଭୁବନେଶ୍ୱରର ସଂକ୍ରମଣ ମଧ୍ୟ ବଢୁଥିବାରୁ ବିଏମସି ଏପରି ଆଗୁଆ ପଦକ୍ଷେପ ନେବା ସହିତ ବଜାରକୁ ସିଲ୍ କରିଛି ।
୪୮ ଘଣ୍ଟା ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ । କୋଭିଡ୍ ନିୟମ ଠିକ ଭାବେ ପାଳନ ହେଉନଥିବାରୁ ସିଲ୍ । ମାର୍କେଟ ବିଲ୍ଡିଂ ସିଲ୍ କଲା ବିଏମସି ଓ କମିସନରେଟ୍ ପୋଲିସ । @bmcbbsrpic.twitter.com/M7g0a0xw9h
— Kanak News (@kanak_news) April 28, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/market-builing.jpg)