କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ବଡ ଖବର । ରାଜଧାନୀରେ ଖୋଲିବ ସପିଂ ମଲ୍ । ଭୁବନେଶ୍ୱରରେ ସପିଂ ମଲ୍ ଖୋଲିବା ନେଇ ବିଏମସିର ଅନୁମତି । କରୋନା କଟକଣା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ଭୁବନେଶ୍ୱରର ସବୁ ମଲ୍ । ତେବେ ବିଏମସିର ବଡ ନିଷ୍ପତ୍ତି ପରେ ଖୋଲିବ ସପିଂ ମଲ ।
ତେବେ ମଲ୍ ପରିସରରେ ଥିବା ଫୁଡ୍ କୋର୍ଟ ଖୋଲିବ ନାହିଁ । ମଲ୍ ଖୋଲିବା ନେଇ ଏସଓପି ଜାରି । ମଲ୍ ଭିତରେ ଗେମିଂ ଜୋନ୍, ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ । ଅଧିକ ଲୋକଙ୍କ ସମାଗମକୁ ବାରଣ କରାଯିବ । ମଲ ଭିତରେ ସାମାଜିକ ଦୂରତା କଟକଣା କଡା ହେବ । ମାସ୍କ ପିନ୍ଧିବା ନେଇ ମଲ କର୍ତ୍ତୃପକ୍ଷ ନିଶ୍ଚିତ କରିବେ । ତେବେ ମଲ ଖୋଲିବା ଖବର ଅନେକଙ୍କୁ ଆଶ୍ୱସ୍ତି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/26.jpg)