କନକ ବ୍ୟୁରୋ: ମହାପ୍ରଭୁ ଲିଙ୍ଗରାଜଙ୍କ ଶିବରାତ୍ରୀ ଆୟୋଜନ ନେଇ ଅନୁମତି ଦେଲା ବିଏମସି । କୋଭିଡ୍ ଗାଇଡଲାଇନ୍ ପାଳନ ସହିତ ଚଳିତ ବର୍ଷ ଜାଗର ଅନୁଷ୍ଠିତ ହେବ । ଏନେଇ ଆଜି ବୈଠକରେ ଆଲୋଚନା ପରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ।
ସେ କହିଛନ୍ତି, ଚଳିତ ବର୍ଷ ସମସ୍ତ କୋଭିଡ୍ ଗାଇଡଲାଇନକୁ ପାଳନ କରି ଶିବରାତ୍ରୀ ପାଳନ ହେବ । ଭକ୍ତମାନେ ଗର୍ଭଗୃହରେ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ । ଏଥିସହିତ ୬୦ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଶିବରାତ୍ରୀରେ ଅଂଶଗ୍ରହଣ କରିବାକୁ ଅନୁମତି ମିଳିବ ନାହିଁ । ସାମାଜିକ ଦୂରତା ରଖିି ଶିବରାତ୍ରୀ ଆୟୋଜନ ହେବ । ଏଥିପାଇଁ ଭକ୍ତମାନଙ୍କର ସ୍କ୍ରିନିଂ ଓ ମନ୍ଦିର ସାନିଟାଇଜେସନ ହେବ । ଯେଉଁମାନଙ୍କର ସ୍କ୍ରିନିଂ ପ୍ରକ୍ରିୟାରେ କୌଣସି ସନ୍ଦେହ ଉପୁଜେ ତାଙ୍କର ତୁରନ୍ତ ଆଟିଂଜେନ ଟେଷ୍ଟ ହେବ । ଏହାବାଦ ମହାପ୍ରଭୁଙ୍କ ନୀତିକାନ୍ତି ପୂର୍ବ ଅନୁସାରେ ଯେପରି ହୁଏ ସେପରି ହେବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।
ଚଳିତ ବର୍ଷ କୋଭିଡ୍ କାରଣରୁ ଅନେକ ପର୍ବ ପର୍ବାଣୀ ଉପରେ ଅଙ୍କୁଶ ଲାଗିସାରିଛି । ଏବେ ପଡୋଶୀ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପୁଣି କୋଭିଡ୍ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରି ସ୍ଥିତିରେ ମହାପ୍ରଭୁଙ୍କ ଶିବରାତ୍ରୀ ଆୟୋଜନ ହେବ କି ହେବନି ତାକୁ ନେଇ ଆଶଙ୍କା ଦେଖା ଦେଇଥିଲା । ଶେଷରେ ବିଏମସି ଏହି ଯାତ୍ରାକୁ ଅନୁମତି ଦେବା ସହିତ ଲିଙ୍ଗରାଜଙ୍କ ଶିବରାତ୍ରୀ ହେବା ନେଇ ବାଟ ଫିଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/22902391045_a5193dedda_b.jpg)