ବରିଷ୍ଠ ନାଗରିକଙ୍କ ପାଇଁ ବିଏମସିର ବଡ଼ ପଦକ୍ଷେପ । ଟୋଲ୍ ଫ୍ରି ନମ୍ବର ୧୯୨୯କୁ ଫୋନ୍ କଲେ ପାଖରେ ପାଇବେ ଟେଷ୍ଟିଂ ଠାରୁ ଟୀକାକରଣ ସୁବିଧା । 

190

କନକ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ସୁବିଧା କଲା ବିଏମସି । ୬୦ରୁ ଅଧିକ ବୟସ୍କ ଯେଉଁମାନେ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ବିଏମସି ପଠାଇବ ମୋବାଇଲ୍ ଟିମ୍ । ଏନେଇ ବିଏମସି କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ଟେଷ୍ଟିଂ ଭଳି ଟୀକାକରଣ ପାଇଁ ମଧ୍ୟ ଟୀକାକେନ୍ଦ୍ରକୁ ଆଣି ଟୀକା ଦେଇ ଘରେ ଛାଡ଼ିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆସନ୍ତା ସୋମବାରରୁ କାର୍ଯ୍ୟକ୍ଷମ ହେବ ଏହି ସୁବିଧା ବୋଲି କହିଛନ୍ତି ବିଏମସି କମିଶନର ।

ତେବେ ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ପାଇବାକୁ ହେଲେ ବିଏମସି ଜାରି କରିଥିବା ଟୋଲ ଫ୍ରି ନମ୍ବର ୧୯୨୯ରେ ରେଜିଷ୍ଟ୍ରେସନ ଅବା କଲ୍ କରିବା ଆବଶ୍ୟକ । ସେଥିପାଇଁ ଆହୁରି ସଦୃଢ଼ିକରଣ କରାଯାଇଛି ୧୯୨୯ କଲ୍ ସେଣ୍ଟର । ଅଧିକ ୫ଟି ସୁବିଧା ପାଇପାରିବେ ରାଜଧାନୀବାସୀ । ତେବେ ଲକ୍ଷଣ ଥିଲେ ନଲୁଚାଇବାକୁ ପରାମର୍ଶ ଦିଆଯାଇଛି । ଏହାସହ ଟୀକାକରଣ କେନ୍ଦ୍ର ମଧ୍ୟ ବଢ଼ାଇବାକୁ ଯୋଜନା କରୁଛି ବିଏମସି । ଆଜି ଡ୍ରାଇଭ-ଇନ୍ ଭ୍ୟାକ୍ସିନେସନ୍ ଅବଧି ଶେଷ ହେଉଥିବାବେଳେ ଏହାକୁ ଜାରି ରଖିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି । ଡ୍ରାଇଭ୍-ଇନ୍ ଭ୍ୟାକ୍ସିନେସନ୍ ପାଇଁ  ଆଜି ସନ୍ଧ୍ୟରୁ ସ୍ଲଟ ବୁକିଂ ଆରମ୍ଭ ହେବ ।