କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଜାରି ରହିଥିବା ଆନ୍ଦୋଳନରେ ଆସିଛି ନୂଆ ମୋଡ । ବୁଧବାର କୃଷକ ନେତା ବିଏମ୍ ସିଂଙ୍କ ଏକ ବଡ ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ କୃଷକ ମଜଦୁର ସଂଗଠନ ଚାଷୀ ଆନ୍ଦୋଳନରୁ ଓହରି ଯାଇଛି । ଏହା ସହ ଭାରତୀୟ କିଷାନ ୟୁନିୟନ ମଧ୍ୟ ଚାଷୀ ଆନ୍ଦୋଳନରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଛି ।
ବିଏମ ସିଂ କହିଛନ୍ତି ଯେ, ସେ ତାଙ୍କର ଆନ୍ଦୋଳନ ଏହିଠାରେ ଶେଷ କରୁଛନ୍ତି । ଆନ୍ଦୋଳନ ଏପରି ଭାବେ ହୁଏ ନାହିଁ ଏବଂ ସେମାନେ ଏଠାକୁ ମାଡ ଖାଇବାକୁ ଆସି ନାହାନ୍ତି ବୋଲି ସେ କହିଛନ୍ତି । ଏହାସହ ସେ ଚାଷୀ ନେତା ରାକେଶ ଟିକାୟତଙ୍କ ଉପରେ ଖପ୍ପା ଥିବା କହିଛନ୍ତି। ରାକେଶ ଉତ୍ତର ପ୍ରଦେଶର ଆଖୁ ଚାଷୀଙ୍କ ପାଇଁ ସରକାରଙ୍କ ସହ କୌଣସି କଥାବାର୍ତ୍ତା କରିନାହାନ୍ତି ବୋଲି ବିଏମ ସିଂ ବୁଧବାର ଗଣମାଧ୍ୟମକୁ କହିଛନ୍ତି । ଏଥିସହ ଧାନ ଚାଷୀଙ୍କ ପାଇଁ ମଧ୍ୟ ସରକାରଙ୍କ ସହ କୌଣସି କଥାବାର୍ତ୍ତା ହୋଇନଥିବା ସେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/11-31.jpg)