ଏମିତି ବି କପି ହୁଏ? ୨ ଲକ୍ଷ ଟଙ୍କାର ବ୍ଲୁ-ଟୁଥ୍ ଚପଲ ପିନ୍ଧି ପରୀକ୍ଷା ହଲରେ ବସିଥିଲେ, ୫ ଜଣଙ୍କୁ ଗିରଫ କଲା ପୋଲିସ ।

Advertisment
ଏମିତି ବି କପି ହୁଏ? ୨ ଲକ୍ଷ ଟଙ୍କାର ବ୍ଲୁ-ଟୁଥ୍ ଚପଲ ପିନ୍ଧି ପରୀକ୍ଷା ହଲରେ ବସିଥିଲେ, ୫ ଜଣଙ୍କୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ :  ରାଜସ୍ଥାନ ସରକାରୀ ସ୍କୁଲ୍‌ଗୁଡ଼ିକ ପାଇଁ ଶିକ୍ଷକ ଚୟନ ନିମନ୍ତେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ କପି କରିବାକୁ ଉଦ୍ୟମ କରି ୫ଜଣ ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ସେମାନେ ପିନ୍ଧିଥିବା ଚପଲ ‘ସୋଲ୍‌’ରେ ‘ବ୍ଲୁଟୁଥ୍‌ ଡିଭାଇସ୍‌’ ଖଞ୍ଜା ଯାଇଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି। କପି କରୁଥିବା ବେଳେ ଆଜମେରରେ ଜଣେ ବ୍ୟକ୍ତି ଧରାପଡ଼ିବା ପରେ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ‘ରାଜସ୍ଥାନ ଇଲିଜିବିଲିଟି ଏକ୍ଜାମିନେସନ୍ ଫର୍‌ ଟିଚର୍ସ’ରେ (ରିଟ୍‌) ରାଜ୍ୟବ୍ୟାପୀ ‘କପି ରାକେଟ୍‌’ ସକ୍ରିୟ ଥିବା କଥା ପୁଲିସ ଜାଣିପାରିଥିଲା। ବିକାନେର୍‌ ଏବଂ ସିକରରେ ମଧ୍ୟ ସେହିପରି ‘ବ୍ଲୁଟୁଥ୍‌’ ଲାଗିଥିବା ଚପଲ ମିଳିଥିଲା।

ପୁଲିସ ଅଧିକାରୀ ରତନ୍‌ ଲାଲ୍‌ ଭାର୍ଗବ କହନ୍ତି, ଉକ୍ତ ଚପଲ ଭିତରେ ଗୋଟାଏ ‘ଫୋନ୍‌’ ଏବଂ ଗୋଟାଏ ‘ବ୍ଲୁଟୁଥ୍ ଡିଭାଇସ୍‌’ ରହିଛି। ପରୀକ୍ଷାର୍ଥୀଙ୍କ କାନରେ ମଧ୍ୟ ଗୋଟାଏ ‘ଡିଭାଇସ୍’ ଲାଗିଛି। ଏହି ସବୁ ଉପକରଣ ମାଧ୍ୟ‌ମରେ ପରୀକ୍ଷା ହଲ୍‌ ବାହାରୁ କେହି ଜଣେ ପରୀକ୍ଷାର୍ଥୀଙ୍କୁ କପି ଦେବାରେ ସାହାଯ୍ୟ କରୁଥିଲେ।

publive-imageକ୍ଷୁଦ୍ର ଶିଳ୍ପ ବୋଲି ମନେହେଉଥିବା ଏହି ‘କପି ରାକେଟ୍‌’ର ସନ୍ଧାନ ନେବା ଲାଗି ପୁଲିସ ଉଦ୍ୟମ ଚଳାଇଛି। ‘କପି ନିମନ୍ତେ ଉଦ୍ଦିଷ୍ଟ ଚପଲ’ଗୁଡ଼ିକୁ ଅତି ଚତୁରତାର ସହ ତିଆରି କରାଯାଇଛି। କେତେକ ରିପୋର୍ଟ ଅନୁସାରେ, ସମସ୍ତ ‘ହାର୍ଡୱେର୍‌’ ସହ ଏହି ଚପଲ ହଳକୁ ୨ ଲକ୍ଷ ଟଙ୍କାରେ ବିକ୍ରୟ କରାଯାଉଛି।

‘ରିଟ୍’ ପରୀକ୍ଷାରେ କପି ରୋକିବା ନିମନ୍ତେ ରାଜସ୍ଥାନର କେତେକ ଜିଲ୍ଲାରେ ୧୨ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ୍‌ ଓ ‘ଏସ୍‌ଏମ୍‌ଏସ୍‌’ କାଟି ଦିଆଯାଇଥିଲା। ସରକାରୀ ସ୍କୁଲମାନଙ୍କରେ ଖାଲି ଥିବା ୩୧୦୦୦ ପଦବୀ ନିମନ୍ତେ ୧୬ ଲକ୍ଷ ପରୀକ୍ଷାର୍ଥୀ ଉପରୋକ୍ତ ପରୀକ୍ଷା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe