ଅଚାନକ କୁକୁରର ରଙ୍ଗ ହୋଇଗଲା ନୀଳ । ୪ ବର୍ଷ ପୂର୍ବେ ଭାରତରେ ବି ଘଟିଛି ଏଭଳି ଘଟଣା, ଜାଣନ୍ତୁ ପୂରା କାରଣ କଣ?

122

କନକ ବ୍ୟୁରୋ : ଆପଣ ନୀଳବର୍ଣ୍ଣ ଶୃଗାଳଙ୍କ କଥା ଶୁଣିଥିବେ । କିଭଳି ରଙ୍ଗ ବଦଳାଇ ଶୃଗାଳ ନିଜର ରଙ୍ଗ ନୀଳ କରିଥିଲା ଓ ଜଙ୍ଗଲରେ ଅନ୍ୟ ପଶୁଙ୍କୁ ଭୟଭୀତ କରୁଥିଲା । କିନ୍ତୁ ଆପଣ କେବେ ନୀଳବର୍ଣ୍ଣ କୁକୁର କଥା ଶୁଣିଛନ୍ତି । ଆଜ୍ଞା ହଁ, ଏବେ ନୀଳବର୍ଣ୍ଣର କୁକୁର ଦେଖିବାକୁ ମିଳିଲାଣି । ଆଉ ଏଭଳି କୁକୁର ଏବେ ଋଷିଆର ଏକ ସହରରେ ଦେଖିବାକୁ ମିଳିଲାଣି । ପୂର୍ବରୁ ଏହି କୁକୁରଙ୍କ ରଙ୍ଗ ନୀଳ ନଥିଲା, ବରଂ କୁକୁରର ରଙ୍ଗ ଧୀରେ ଧୀରେ ବଦଳିବା ସହ ନୀଳ ରଙ୍ଗ ହୋଇଛି । ଆଉ ଏଭଳି ଘଟଣା ପୂର୍ବରୁ ଭାରତରେ ମଧ୍ୟ ଘଟି ସାରିଛି । ତେବେ କୁକୁରଙ୍କ ରଙ୍ଗ ହଠାତ୍ କିଭଳି ନୀଳ ହୋଇଯାଇଛି?

ଋଷର ରାଜଧାନୀ ମସ୍କୋର ପୂର୍ବରେ ଥିବା ଜେରାଜିଂସ୍କ ସହରରେ ଏଭଳି କୁକୁରୁଙ୍କୁ ଏବେ ଦେଖିବାକୁ ମିଳୁଛି । ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଭିନ୍ନ ରାସାୟନିକ ଗ୍ୟାସ ପ୍ରଭାବରେ କୁକୁରଙ୍କ ରଙ୍ଗ ନୀଳ ଓ ସବୁଜ ରଙ୍ଗର ହୋଇଛି । ଏକ ଖାଲି ପଡିଥିବା କେମିକାଲ ପ୍ଲାଣ୍ଟରେ ଥିବା ରାସାୟନିକ ଗ୍ୟାସ୍ ଯୋଗୁଁ କୁକୁରଙ୍କ ରଙ୍ଗରେ ଏଭଳି ପରିବର୍ତ୍ତନ ହୋଇଛି । ଏଠାରେ ପୂର୍ବରୁ ପ୍ଲେକ୍ସିଗ୍ଲାସ ଓ ହାଇଡ୍ରୋସାଇନିକ ଏସିଡ ଉତ୍ପାଦନ କରାଯାଉଥିଲା । ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳର ପାଣିରେ ହାଇଡ୍ରୋଜେନ ସାଇନାଇଡ ମିଶି ଯାଇଥିଲା । ଆଉ ଏହି ରାସାୟନିକ ପଦାର୍ଥ ବେଶ ବିଷାକ୍ତ । ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଏହି ରାସାୟନିକ ପଦାର୍ଥରେ ଥିବା କପର ସଲଫେଟର ପ୍ରଭାବରେ ଆସି କୁକୁରର ରଙ୍ଗ ବଦଳିଯାଇଛି । ତେବେ ବାସ୍ତବରେ କେଉଁ କାରଣରୁ କୁକୁରଙ୍କ ରଙ୍ଗ ବଦଳୁଛି ତାହା ଜଣାପଡିନଥିଲେ ମଧ୍ୟ କୁକୁରଙ୍ଗ ସ୍ୱାସ୍ଥ୍ୟ ଉପରେ ଅତି ଖରାପ ପ୍ରଭାବ ପକାଉଛି । ଏପରିକି କିଛି କୁକୁରଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି ।

୨୦୧୫ରେ ଏହି କେମିକାଲ ପ୍ଲାଣ୍ଟକୁ ବନ୍ଦ କରାଯାଇଥିଲା । ତେବେ କୁକୁର ଏହା ଭିତରକୁ ଯେପରି ପ୍ରବେଶ ନ କରିପାରିବେ ସେଥିପାଇଁ ପ୍ଲାଣ୍ଟର ଚାରିପଟୁ ବନ୍ଦ କରି ରଖାଯାଇଥିଲା । କିନ୍ତୁ ଏବେ କୁକୁରର ରଙ୍ଗ ନୀଳ ପଡିବାରୁ ସ୍ଥାନୀୟ ପ୍ରଶାସନ ଏବେ କୁକୁରଙ୍ଗ ଚିକିତ୍ସା କରିବାକୁ ଡାକ୍ତରୀ ଟିମର ବନ୍ଦୋବସ୍ତ କରିଛି । ପୂର୍ବରୁ ମଧ୍ୟ ପ୍ଲାଣ୍ଟ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ କୁକୁର ଏହିଭଳି ରାସାୟନିକ ଗ୍ୟାସ୍ ସଂସ୍ପର୍ଶରେ ଆସିବା ସହ ରୋଗାଗ୍ରସ୍ତ ହୋଇଥିଲେ । ସେତେବେଳେ ମଧ୍ୟ କୁକୁରଙ୍କ ରଙ୍ଗ ନୀଳ ପଡି ଯାଇଥିଲା ।

ଏହାପୂର୍ବରୁ ୨୦୧୭ରେ ମୁମ୍ବାଇରେ ମଧ୍ୟ ନୀଳ ରଙ୍ଗର କୁକୁର ନଜର ଆସିଥିଲେ । ଏହି କୁକୁର ସେହି ନଦୀରେ ବୁଡିଥିଲେ ଯେଉର୍ଠି ସ୍ଥାନୀୟ ଫ୍ୟାକ୍ଟି ୍ରରୁ ବିପୁଳ ମାତ୍ରାରେ କ୍ଲୋରାଇଡ ଛଡାଯାଉଥିଲା । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଫ୍ୟାକ୍ଟ୍ରିକୁ ବନ୍ଦ କରି ଦିଆଯାଇଥିଲା ।