କନକ ବ୍ୟୁରୋ : ଉତ୍ତରପ୍ରଦେଶର ମିରଠ ଠାରେ ବଡ ଧରଣର ବିସ୍ଫୋରଣ ଦେଖିବାକୁ ମଳିଛି । ମିରଠର ସରଧନା ଅଞ୍ଚଳର ଯାଦଗାନ ଅପାର୍ଟମେଣ୍ଟରେ ଏଭଳି ବିସ୍ଫୋରଣ ଦେଖିବାକୁ ମିଳିଛି । ଆଜି ସକାଳେ ଏହି ଆପର୍ଟମଣ୍ଟରେ ବିସ୍ଫୋରଣ ଘଟିଥିଲା । ଲୋକମାନେ ଜୀବନ ବିକଳରେ ଏଣେ ତେଣେ ଦୌଡୁଥିବାର ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ କୁହାଯାଇଛି କି ଏହି ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ଅନେକ ଲୋକ ଗୁରୁତର ହୋଇଛନ୍ତି । ଯେଉଁଘରେ ବିସ୍ଫୋରଣ ହୋଇଛି ସେଠାରେ ବିପୁଳ ପରିମାଣର ବାଣ ରହିଥିଲା ବୋଲି ପୋଲିସ କହିଛି ।
ଆଜି (ଗୁରୁବାର) ସକାଳେ ଯାଦଗାନ ଆପାର୍ଟମେଣ୍ଟରେ ଏତେ ଜୋରରେ ବିସ୍ଫୋରଣ ହୋଇଥିଲା କି ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା । ଏନେଇ ପୋଲିସ ସେଠାରେ ପହଂଚି ପ୍ରଥମେ ଗୁରୁତର ମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ସହ ଏହି ଆପାର୍ଟମେଣ୍ଟଟିକୁ ସିଲ୍ କରିଥିଲା । କୁହାଯାଉଛି କି ବିସ୍ଫୋଣ ଘଟିଥିବା ଘଟିଥିବା ଘରଟି ଜଣେ ପୂର୍ବତନ ନଗର ଅଧ୍ୟକ୍ଷଙ୍କର । ସକାଳ ୯.୩୦ ବେଳେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଜୋରଦାର ଥିଲା କି ଆଖ ପାଖରେ ଥିବା କିଛି ଘରର ଛାତ ବି ଉଡିଯାଇଥିବା ଦେଖିବାକୁ ମିଳିଛି।
ଏହି ବିସ୍ଫୋରଣରେ ପୂର୍ବତନ ନଗର ଅଧ୍ୟକ୍ଷ ଆସିମ୍ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।
କୁହାଯାଉଛି କି ଆସିମଙ୍କର ବାଣ ବ୍ୟବସାୟ ଥିଲା । ଦୀପାବଳୀ ପାଇଁ ସେ ଏହି ଘରେ ବାଣ ମହଜୁଦ କରି ରଖିଥିଲେ । ଏହା ସହ ବାଣ ତିଆରିରେ ବ୍ୟବହୃତ ବାରୁଦ ବି ଏଠରେ ମହଜୁଦ୍ କରି ରଖାଯାଇଥିଲା । କୌଣସି କାରଣରୁ ଏଥିରେ ନିଆଁ ଲାଗିଯିବାରୁ ଏଭଳି ବିସ୍ଫୋଣ ଘଟିଛି । ଏନେଇ ପୋଲିସ ଏବେ ଆପାର୍ଟମେଣ୍ଟକୁ ସିଲ୍ କରି ବିସ୍ଫୋରଣର କାରଣ ଖୋଜୁଛି ।