କନକ ବ୍ୟୁରୋ: ରାଜଧାନୀରେ ଯୁବକଙ୍କୁ ଛୁରା ମାଡ । ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ଜଣେ ଯୁବତୀଙ୍କୁ ଦୁଇ ଯୁବକ ପ୍ରେମ କରୁଥିବାରୁ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଜଣେ ପ୍ରେମିକ ଆଉ ଜଣେ ପ୍ରେମିକକୁ ଛୁରା ମାଡ କରି, ରକ୍ତାକ୍ତ କରି ଦେଇଛି । ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ଏହି ରକ୍ତାକ୍ତ ସଂଘର୍ଷ ଘଟିଛି ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରେ । ଆହତ ଯୁବକ ହେଉଛନ୍ତି ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଗୌରୀଶଙ୍କର ଲେଙ୍କା ।
ସୂଚନା ଅନୁସାରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଗøରୀଶଙ୍କର ଲେଙ୍କା ଓ ପ୍ରିୟରଞ୍ଜନ ନାୟକ ଦୁହେଁ ବିଟେକ ପଢୁଛନ୍ତି । ତେବେ ଦୁହେଁ ଜଣେ ଯୁବତୀକୁ ଭଲ ପାଉଥିବାରୁ ଏହାକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଶୈଳଶ୍ରୀ ବିହାର ଅଞ୍ଚଳରେ ଗୌରୀଶଙ୍କର ଓ ପ୍ରିୟରଞ୍ଜନ ପ୍ରେମିକା ପାଇଁ ମାରପିଟ ହୋଇଥିଲେ । ଏହି ସମୟରେ ଏକ ଛୁରୀରେ ଗୌରୀଶଙ୍କର ଲେଙ୍କାକୁ ଆକ୍ରମଣ କରିଥିଲା ପ୍ରିୟରଞ୍ଜନ । ଛୁରୀ ଆକ୍ରମଣରେ ଗୌରୀଶଙ୍କରଙ୍କ ପିଠି ଓ ହାତରେ ଗଭୀର ଆହତ ହୋଇଥିବା ଜଣାପଡିିଛି । ଖବର ପାଇ ଚନ୍ଦ୍ରଶେଖର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/dSFwe.jpg)