କନକ ବ୍ୟୁରୋ: ଆଠଗଡରେ ପୁଣି ହାତୀ ମୃତ୍ୟୁ । ଆଠଗଡ ରାଜନଗର ରେଞ୍ଜ ଅନ୍ତର୍ଗତ ସବରତଇଲା ନିକଟରେ ଏକ ୭ବର୍ଷର ହାତୀ ମୃତ୍ୟୁ ଦେହ ଠାବ ହୋଇଛି । ସକାଳୁ ସକାଳୁ ହାତୀର ମୃତ ଦେହ ଜଙ୍ଗଲରେ ପଡିଥିବା ଦେଖିବାକୁ ମିଳିଛି । ହାତୀ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଗ୍ରାମବାସୀମାନେ ପହଁଚି ଦେଖିବା ପାଇଁ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପହଁଚିଛନ୍ତି ବନବିଭାଗର କର୍ମଚାରୀ  । ହାତୀର କେମିତି ମୃତ୍ୟୁ ହୋଇଛି ସେନେଇ ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ ।

Advertisment

publive-image

ସୂଚନା ମୁତାବକ, ଆଜି ସକାଳେ ଆଠଗଡ଼ ବନାଞ୍ଚଳରେ ଏକ ୭ ବର୍ଷର ମାଈ ହାତୀର ମୃତଦେହ ଠାବ କରାଯାଇଛି। ମୃତଦେହ ନିକଟରେ ପ୍ରବଳ ରକ୍ତ ପଡ଼ିଥିବା ବେଳେ  ନିକଟରେ ଏକ କାଠ ମୁଣ୍ଡିଆ ପଡ଼ିଛି। ତେଣୁ ହାତୀଟିକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

publive-image

ଅପରପକ୍ଷେ  ହାତୀଟି କୌଣସି କାରଣରୁ ରୋଗାକ୍ରାନ୍ତ ହୋଇ ରକ୍ତବାନ୍ତି କରି ମୃତ୍ୟୁବରଣ କରିଥିବା ବନବିଭାଗ ସନ୍ଦେହ କରୁଛି। ତେବେ ଗତ ୫/୬ ବର୍ଷ ହେବ ଆଠଗଡ଼ ବନାଞ୍ଚଳ ହାତୀଙ୍କ ପାଇଁ ମୃତ୍ୟୁର ଇଲାକା ସାଜିଛି। ଗତ ୬ ବର୍ଷରେ ଶିକାରୀଙ୍କ ଶିକାର, ବିଦ୍ୟୁତ କରେଣ୍ଟ, ଓ ଅନ୍ୟାନ୍ୟଭାବେ କେବଳ ଆଠଗଡ଼ ବନାଞ୍ଚଳରେ ୬୦ରୁ ଅଧିକ ହାତୀଙ୍କର ମୃତ୍ୟୁ ଘଟିସାରିଲାଣି। ଏହାକୁ ନେଇ ପରିବେଶପ୍ରେମୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।

publive-image

ସେପଟେ ସମ୍ବଲପୁର ଯୁଯୁମୁରା ଅଂଚଳରେ ଏକ ବଡ ହାତୀ ଅସୁସ୍ଥ ହୋଇପଡିଥିବା ଦେଖିବାକୁ ମିଳିଛି । ହାତୀଟିର ପଛ ଗୋଡରେ ଆଘାତ ଲାଗିବା ଯୋଗୁ ସେ ଚାଲିପାରୁନାହିଁ । ଯାହା ଫଳରେ ରାସ୍ତା ପାର ହେବାକୁ ଦୀର୍ଘ ସମୟ ନେଉଛି । ଏପରିକି ରାସ୍ତା ଉପରେ ଅଟକି ଯାଉଛି, ଛୋଟେଇ ଛୋଟେଇ ଯାଉଛି । ହାତୀଟିକୁ ଦେଖିଲେ ଲାଗୁଛି ତାର ପଛ ଗୋଡ ଭାଙ୍ଗି ଯାଇଛି । ହାତୀଟି ୫ଦିନ ହେବ ଅସୁସ୍ଥ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ହାତୀଟି ରାସ୍ତା ପାର କରିବାକୁ ଦୀର୍ଘ ସମୟ ନେବାରୁ ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି । ବନବିଭାଗ କର୍ମଚାରୀ ପହଁଚି ହାତୀର ଗତିବିଧି ଉପରେ ନଜର ରଖିଥିବା କହିଛନ୍ତି ।