ବାର୍ଡ ଫ୍ଲୁ ପାଇଁ ହେବ ଲୋକଙ୍କ ରକ୍ତ ପରୀକ୍ଷା । ଓୟୁଏଟିଠାରୁ ୩ କିଲୋମିଟର ଭିତରେ କରାଯିବ ସ୍ୱାସ୍ଥ୍ୟ ଯାଞ୍ଚ

ବ୍ୟାପୁଛିକି ବାର୍ଡ ଫ୍ଲୁ !! କୋଇଡାରେ କାଉ ଓ କୁକୁଡା ମରି ପଡିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ

କନକ ବ୍ୟୁରୋ: ବାର୍ଡ ଫ୍ଲୂୁର ପାଇଁ ହେବ ଲୋକଙ୍କ ରକ୍ତପରୀକ୍ଷା । ଓୟୁଏଟିଠାରୁ ୩ କିଲୋମିଟର ପରିଧିରେ ଥିବା ସମସ୍ତ ଲୋକଙ୍କ ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ଥଣ୍ଡା,କାଶ,ଜ୍ୱର ଥିବା ଲୋକଙ୍କ ପରୀକ୍ଷା କରାଯିବ । ମୋବାଇଲ ଟିମ ବୁଲିବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବ । ସେହିପରି କୁକୁଡା ମରା ଅଭିଯାନରେ ସାମିଲ ହୋଇଥିବା ଟିମର ସଦସ୍ୟମାନଙ୍କର ସ୍ୱତନ୍ତ୍ର ଚିକିତ୍ସା କରାଯିବ ।

publive-image

ସେପଟେ ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶାରେ କେନ୍ଦ୍ରୀୟ ପ୍ରତିନିଧି ଦଳ । ସେମାନେ ଓୟୁଏଟି ଫାର୍ମ ହାଉସ ସମେତ ଏହାର ଆଖପାଖ ଅଂଚଳ ବୁଲି ସ୍ଥିତି ପରଖୁଛନ୍ତି । କିଭଳି ସ୍ଥିତି ରହିଛି ? କଣ ସବୁ ପଦକ୍ଷେପ ନିଆଯାଇଛି ? କିଛି ତ୍ରୁଟି ରହିଯାଇଛି କି ? ଏସବୁ ଅନୁଧ୍ୟାନ କରୁଛନ୍ତି । କେଉଁଥି ପାଇଁ ବାର୍ଡ ଫ୍ଲ ବ୍ୟାପିଲା ? ରାଜଧାନୀରେ ଥିବା ଏହି ଫାର୍ମରେ ବାରମ୍ବାର ବାର୍ଡ ଫ୍ଲୁ ହେଉଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ପରି ବିଷୟ ଉପରେ ଆଲୋଚନା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe