ଆଜିକାଲି ଘରେ ବସି ଖାଦ୍ୟ ଅର୍ଡର କରିବା ସାଧାରଣ କଥା । ଯଦି ଆପଣ ବି ଏମିତି କରୁଛନ୍ତି, ତେବେ ପ୍ରଥମେ ଯାଂଚ କରିନିଅନ୍ତୁ । ଯାଂଚ ନକରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା । ସେ ସ୍ୱିଗିରୁ ଚିକେନ୍ ସିଜୱାନ୍ ଚପ୍ ସୋଏ ଅର୍ଡର କରିଥିଲେ । କିନ୍ତୁ ଯେବେ ସେ ଖାଇବା ଆରମ୍ଭ କଲେ, କିଛି ଖାଇବା ପରେ ପ୍ୟାକେଟରେ ଅଜବ ଜିନିଷ ଦେଖିବାକୁ ମିଳିଲା । ଯାହାକି ବ୍ୟବହାର କରାଯାଇଥିବା ବ୍ୟାଣ୍ଡେଡ୍ ଥିଲା ।
ଅର୍ଡର କରିଥିବା ବ୍ୟକ୍ତିଙ୍କ କହିବାନୁସାରେ, ସେ ଅଧା ଖାଇସାରିଥିଲେ, ସେତବେଳେ ତାଙ୍କୁ ବ୍ୟାଣ୍ଡେଡ ଦେଖାଗଲା । ଡେଲିଭରି ଆପ୍ ସ୍ୱିଗିକୁ ଟ୍ୟାଗ୍ କରି ପୋଷ୍ଟେ କଲେ ଓ ସେଥିରେ ଲେଖିଲେ, “ମୁଁ ଅଧା ଖାଇସାରିବାପରେ ମତେ ଏହି ବ୍ୟାଣ୍ଡେଡ ମିଳିଲା । ମୁଁ ରେସ୍ତୋରାଁ ସହ ସଂପର୍କ କଲି । କିନ୍ତୁ ସେ ମାମଲାକୁ ଗମ୍ଭୀରତାର ସହ ନେଲେନି । କହିଲେ କି, ସେମାନେ ଏହି ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ପଠାଇବେ । କିଏ ଏମିତି ଅସ୍ୱଚ୍ଛ ଖାଦ୍ୟ ଖାଇବ । ମୁଁ ସ୍ୱିଗି ସହ କଥା ହେବାକୁ ମଧ୍ୟ ଚେଷ୍ଟା କଲି । କିନ୍ତୁ ଖାଦ୍ୟ ଡେଲିଭରି କରିବା ପରେ କଲ୍ କରି ସିଧା କଥାବାର୍ତ୍ତା କରିବାର କୌଣସି ବିକଳ୍ପ ନାହିଁ । ତାଙ୍କ ସହ କେବଳ ଚାଟ୍ ରେ କଥା ହୋଇପାରିବେ । କିନ୍ତୁ ସେମାନେ ଚାଟ୍ ରେ ବି ଜବାବ ଦେଲେନି ।”
ତା’ପରେ ବାଲାମୁରୁଗନ୍ ରେସ୍ତୋରାଁ ଓ ସ୍ୱିଗି ଉପରେ ମାମଲା ରୁଜୁ କରିବା ପାଇଁ ଲେଖିଲେ । ସେତେବେଳେ ସ୍ୱିଗି ତାଙ୍କ ପୋଷ୍ଟରେ କମେଂଟ କରି କହିଲା କି, “ଆମେ ଏହି ମାମଲାର କଡା ଯାଂଚ କରିବୁ ଓ ରେସ୍ତୋରାଁ ସହ କଥା ହୋଇ ଏହାର କାରଣ ପଚାରିବୁ ।”
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/45-1.jpg)
/kanak/media/post_attachments/wp-content/uploads/2019/02/bandage_in_food_148881_730x419-m-300x172.jpg)
/kanak/media/post_attachments/wp-content/uploads/2019/02/73902-swiggy-300x169.jpg)