ମୃତ ଗ୍ୟାଙ୍ଗଷ୍ଟର ଅତିକରୁ ଠିକଣାରେ ରକ୍ତଛିଟା। ମାରଣାସ୍ତ୍ର, ରକ୍ତଭିଜା ପୋଷାକ ଓ ଛୁରୀ ଜବତ।

178

କନକ ବ୍ୟୁରୋ: ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ ଅହମ୍ମଦ ମୃତ୍ୟୁ ପରେ ତା ଅପରାଧର ସାମ୍ରାଜ୍ୟ ଭୁଶୁଡି ପଡିଛି । କିନ୍ତୁ ଅତିକ ଅହମ୍ମଦର କାର୍ଯ୍ୟାଳୟରୁ ମିଳିଥିବା ରକ୍ତର ଛିଟା ତା ଅପରାଧ ଓ ଆତଙ୍କ ସାମ୍ରାଜ୍ୟର ପ୍ରମାଣ ଦେଉଛି । ସୋମବାର ପ୍ରୟାଗରାଜର ଚକିଆ ସ୍ଥିତ ଅତିକର କାର୍ଯ୍ୟାଳୟରେ ପହଞ୍ଚଥିଲା ୟୁପି ପୁଲିସ । ଯେଉଁଠି ବସି ଅପରାଧର ସାମ୍ରାଜ୍ୟ ଚଲାଉଥିଲା ଅତିକ ଅହମ୍ମଦ । ଆଉ କାର୍ଯ୍ୟାଳୟର ଦୃଶ୍ୟ ଦେଖି ତାଜୁବ ହୋଇଯାଇଛି ୟୁପି ଏଟିଏସ । ଅତିକ ଅହମ୍ମଦର କାର୍ଯ୍ୟାଳୟରୁ ସ୍ଥାନେ ସ୍ଥାନେ ରକ୍ତର ଛିଟା, ରକ୍ତ ଜୁଡୁବୁଡୁ ଓଢଣୀ ଓ ଘଟଣାସ୍ଥଳରେ ଏକ ରକ୍ତଭିଜା ଛୁରୀ ଜବତ କରିଛି ପୁଲିସ ।

ଏହି ରକ୍ତର ଛିଟା, ରକ୍ତ ଭିଜା ଓଢଣୀ କାହାର ସ୍ପଷ୍ଟ ହୋଇନାହିଁ । କିନ୍ତୁ ରକ୍ତ ଭିଜା ଛୁରୀ, ପାରିପାଶ୍ୱର୍ିକ ସ୍ଥିତିରୁ ଜଣାପଡୁଛି, ଏଠାରେ କାହାକୁ ହତ୍ୟା କରାଯାଇଛି ନହେଲେ ହତ୍ୟା ଉଦ୍ୟମ ହୋଇଛି । ଯଦି ହତ୍ୟା ହୋଇଛି, ସେହି ମୃତଦେହ ଏବେ କେଉଁଠି, ରକ୍ତ ଭିଜା ଓଢଣୀ ମିଳିଥିବାରୁ କୌଣସି ମହିଳାଙ୍କୁ କାର୍ଯ୍ୟାଳୟର ପ୍ରଥମ ମହଲାରୁ ଛାତକୁ ଯିବା ସିଡିର ସ୍ଥାନେ ସ୍ଥାନେ ରକ୍ତ ଜମାଟ ବାନ୍ଧି ଶୁଖିଯାଇଛି ।

ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜୋରଦାର କରିଛି ପୁଲିସ । ସେପଟେ ଫୋରେନ୍ସି ଟିମ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିଛି । ଅତିକ ଅହମ୍ମଦ ନିହତ ହେବା ପରେ ତା କାର୍ଯ୍ୟାଳୟ ଉପରେ ଚଢାଉ କରି ଖୋଳତାଡ ଚଲାଇଛି ୟୁପି ପୋଲିସ ।