କନକ ବ୍ୟୁରୋ: ରକ୍ତଭଣ୍ଡାରରେ ରକ୍ତସଙ୍କଟ, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିସରରେ ରକ୍ତ ଭଣ୍ଡାରରେ ରୋଗୀଙ୍କୁ ମିଳୁନି ରକ୍ତ। ଜରୁରୀକାଳୀନ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସିକିଲିସେଲ୍ ଓ ଥାଲାସେମିଆ ଭଳି ରୋଗରେ ସଂକ୍ରମିତ ରୋଗୀ।

Advertisment

ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମକେସିଜି ମେଡ଼ିକାଲ କଲେଜ। ଦକ୍ଷିଣ ଓଡିଶାର ୧୦ଟି ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଦୈନିକ ଏଠାକୁ ଶହ ଶହ ରୋଗୀ ଆସିଥାନ୍ତି। ଦୁର୍ଘଟଣାରେ ଗୁରୁତରଙ୍କ ଚିକିତ୍ସ ହେଉ ଅବା ଅପରସେନ ସମୟରେ ରକ୍ତଅଭାବ ପ୍ରମୁଖ ସମସ୍ୟା ପାଲଟିଛି। ହଜାରେରୁ ଅଧିକ ସିକିଲିସେଲ୍ ଓ ଥାଲାସେମିଆ ରୋଗୀ ମଧ୍ୟ ଏହି ରକ୍ତ ଭଣ୍ଡାର ଉପରେ ନିର୍ଭରଶୀଳ। ମେଡିକାଲ ପରିସରରେ ଥିବା ରକ୍ତଭଣ୍ଡାରରେ ଏବେ ରକ୍ତସଙ୍କଟ ଚିନ୍ତାର କାରଣ ପାଲଟିଛି।