ଆଜିକାଲି ଅନେକ ଲୋକ ହୃଦରୋଗର ନାଆଁ ଶୁଣିଲେ ଭୟଭୀତ ହୁଅନ୍ତି। ସମସ୍ତେ ଭାବନ୍ତି ଯେ କେବଳ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟ ପାନୀୟ ଯୋଗୁଁ ହୃଦଘାତର ଆଶଙ୍କା ଥାଏ । ହେଲେ ଆପଣ କ’ଣ ଜାଣନ୍ତି କି ବ୍ଲଡଗ୍ରୁପ୍ ବି ହୃଦଘାତର ଅନ୍ୟତମ କାରଣ । ଏବେ ଆସନ୍ତୁ ଜାଣିବା କେଉଁ ବ୍ଲଡଗ୍ରୁପର ଲୋକ ହୃଦଘାତର ଶିକାର ହେବାର ଆଶଙ୍କା ଅଧିକ।
ଏକ ଅନ୍ତର୍ଜାତୀୟ ଗବେଷଣାରୁ ଜଣାଯଇଛି ଯେ, ବ୍ଲଡଗ୍ରୁପ୍ ଏ ,ବି ,ଓ ଏବି ହେଉଛି ଏଭଳି ତିନିଟି ବ୍ଲଡଗ୍ରୁପ୍,ଯେଉଁଥିରେ ହୃଦରୋଗ ହେବାର ଆଶଙ୍କା ସବୁଠାରୁ ଅଧିକ ଥାଏ । ଏହି ଗବେଷଣାରେ ବିଭିନ୍ନ ବ୍ଲଡଗ୍ରୁପର ଲୋକଙ୍କୁ ନିଆଯାଇଥିଲା,ଯେଉଁମାନେ ହୃଦଘାତର ଶିକାର ହୋଇଥିଲେ । ଯେଉଁ ଲୋକଙ୍କର ବ୍ଲଡଗ୍ରୁପ୍ ଏ ,ବି ବା ଏବି ,ସେମାନଙ୍କଠାରେ ହୃଦଘାତର ଆଶଙ୍କା ସବୁଠାରୁ ଅଧିକ ବୋଲି କୁହାଯାଉଛି। ଅପରପକ୍ଷରେ ‘ଓ’ ବ୍ଲଡଗ୍ରୁପର ଲୋକଙ୍କଠାରେ ଆଦୌ ହୃଦଘାତର ଆଶଙ୍କା ନଥାଏ । ଏ,ବି,ଏବି ବ୍ଲଡଗ୍ରୁପର ଲୋକଙ୍କଠାରେ ୯୦ ପ୍ରତିଶତ ହୃଦଘାତର ଆଶଙ୍କା ଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/591061-heartattack.jpg)
/kanak/media/post_attachments/wp-content/uploads/2019/01/shutterstock_521326471-300x200.jpg)