ପ୍ରତିଦିନ ବଦଳୁଥିବା ଜୀବନଶୈଳୀ ପାଇଁ ଅନେକ ନୂଆ ନୂଆ ରୋଗ ସୃଷ୍ଟି ହେଉଛି । ପରିବେଶ ପ୍ରଦୂଷଣ, କାମର ଚିନ୍ତା ଏବଂ ଖାଇବାରେ ଠିକଣା ରହୁ ନ ଥିବାରୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି । ଖାସ୍ କରି ହୃଦ୍ଘାତର ଶିକାର ହୋଇ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ଖରାଦିନ ଅପେକ୍ଷା ଶୀତ ଦିନେ ହୃଦ୍ଘାତର ଆଶଙ୍କା ଅଧିକ ଥିବା ସହ ହୃଦ୍ଘାତ ହେବା ବ୍ଲଡ଼୍ ଗ୍ରୁପ୍ ଉପରେ ମଧ୍ୟ ନିର୍ଭର କରେ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଗବେଷଣା ଅନୁଯାୟୀ, ଓ ବ୍ଲଡ଼୍ ଗ୍ରୁପ୍କୁ ଛାଡ଼ି ଦେଲେ ଅନ୍ୟ ସବୁ ବ୍ଲଡ଼୍ ଗ୍ରୁପ୍ର ଲୋକମାନଙ୍କ ପାଖରେ ହୃଦ୍ଘାତର ଆଶଙ୍କା ଅଧିକ ଦେଖାଯାଇଥାଏ ।
ନେଦରଲ୍ୟାଣ୍ଡରେ ଥିବା ଗ୍ରୋନିଗନ ବିଶ୍ୱବିଦ୍ୟାଳୟର ପ୍ରମୁଖ ଗବେଷକ ତୀସା କୋଲେଙ୍କ କହିବା ଅନୁଯାୟୀ, ଓ ବ୍ଲଡ଼୍ ଗ୍ରୁପ୍ ତୁଳନାରେ ଅନ୍ୟ ସବୁ ବ୍ଲଡ଼୍ ଗ୍ରୁପ୍ର ଲୋକମାନଙ୍କ ପାଖରେ ୯ପ୍ରତିଶତ ଅଧିକ ହୃଦ୍ଘାତ ହେବାର ଆଶଙ୍କା ରହିଥାଏ । ଓ ବ୍ଲଡ଼୍ ଗ୍ରୁପ୍କୁ ଛାଡ଼ିଦେଲେ ଅନ୍ୟ ସବୁ ବ୍ଲଡ଼୍ ଗ୍ରୁପ୍ରେ ରକ୍ତଜମାଟକାରୀ ପ୍ରୋଟିନ୍ ଅଧିକ ରହିଥାଏ, ଯାହା ହୃଦ୍ଘାତ ଆଶଙ୍କାକୁ ବଢ଼ାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/aa-Cover-o8affghac3pggrl3qn7ka8c8k1-20170623091216.Medi_-300x168.jpeg)