ପରୀ ହତ୍ୟା ମାମଲାରେ ଏସଆଇଟିକୁ ମିଳିଲା ଆଉ ଏକ ସୁରାକ । ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା ରକ୍ତ

192

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ଏସଆଇଟି ଆଉ ଏକ ସୁରାକ । ତଣ୍ଟିଚିପି ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା ରକ୍ତ । ପୋଲିସ ଆଗରେ ବୟାନ ଦେଲା ଅଭିଯୁକ୍ତ ସରୋଜ । ରକ୍ତକୁ ଏକ ଟାୱେଲରେ ପୋଛିଥିବା ମାନିଲା ଅଭିଯୁକ୍ତ । ରକ୍ତଭିଜା ଟାୱେଲ ଏସଆଇଟିକୁ ମିଳିଥିବା ନେଇ ସୂଚନା । ଅଧିକ ତଥ୍ୟ ପାଇଁ ଲ୍ୟାବକୁ ଏସଆଇଟି ଟାୱେଲକୁ ଲ୍ୟାବକୁ ପଠାଇଛି ।

ପରୀ ହତ୍ୟା ମାମଲାରେ ଏସଆଇଟିକୁ ଗତକାଲି ପୋଖରୀରୁ ଏକ ଲେଗିଙ୍ଗସ ମିଳିଛି । ତେବେ ଏହି ଲେଗିଙ୍ଗସ ପରୀର କି ନୁହେଁ ତାହା ପରୀକ୍ଷା ପରେ ଜଣାପଡିବ । ଲେଗିଙ୍ଗସ ଖୋଜିବା ପାଇଁ ପୋଖରୀକୁ ଶୁଖାଇଥିଲା ଏସଆଇଟି ଟିମ । ଏହାସହ ଏବେ ବି ତଦନ୍ତ ଜାରି ରଖି ଏସଆଇଟି ।

ଏହି ହତ୍ୟାକାଣ୍ଡରେ ଏସଆଇଟି ତଦନ୍ତ ପରେ ଅଭିଯୁକ୍ତ ସରୋଜକୁ ଯଦୁପୁର ଗାଁରୁ ଗିରଫ କରିଥିଲା । ଗିରଫ ପରେ ପରୀକୁ ହତ୍ୟା ପରେ ଦୁଷ୍କର୍ମ କରିଥିବା ନେଇ ମାନିଥିଲା ଅଭିଯୁକ୍ତ ସରୋଜ ।