କନକ ବ୍ୟୁରୋ: ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ଓ ଆମ ଓଡିଶା ମିଳିତ ଉଦ୍ୟମରେ ଶ୍ରମିକ କଂଗ୍ରେସ ଅଫିସ ,ମଂଚେଶ୍ୱରରେ ପ୍ରଥମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଇଷ୍ଟକୋଷ୍ଟ ଶ୍ରମିକ ସଂଗଠନର ଶାଖା ସଂପାଦକ କ୍ଷୀରୋଦ କୁମାର ସେନାପତି କହିଛନ୍ତି, ସମାଜ ପାଇଁ ରକ୍ତର ଆବଶ୍ୟକତା ରହିଛି । ଏହି ବର୍ଷଠାରୁ ଆମ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ପ୍ରତିବର୍ଷ ଜାରି ରହିବ ।
ମଂଚେଶ୍ୱର ରେଲୱେ ପକ୍ଷରୁ ୱାର୍କସପର ଚିଫ ୱାକର୍ସ ମ୍ୟାନେଜର ସୁବାଷ ଚନ୍ଦ୍ର କର ପ୍ରଥମ ରକ୍ତଦାନ କରି ଅନ୍ୟମାନଙ୍କ ଉତ୍ସାହିତ କରିଥିଲେ ଏବଂ ସେ ନିଜ ସହଯୋଗୀଙ୍କୁ ମଧ୍ୟ ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ । ସହ ସଂପାଦକ ମନୋରଂଜନ ରଣାଙ୍କ ଉଦ୍ୟମରେ ଏଭଳି ଏକ ମହତ ଶିବରର ଆୟୋଜନ କରାଯାଇଥିଲା । ଶିବିରରେ ୮୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହାସହ ରକ୍ତଦାତାମାନଙ୍କୁ ଓଡିଶା ବ୍ଲଡ ବ୍ୟାଙ୍କ ଓ ଶ୍ରମିକ କଂଗ୍ରେସ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/Screen-Shot-2021-01-27-at-2.12.03-PM.png)
/kanak/media/post_attachments/wp-content/uploads/2021/01/Screen-Shot-2021-01-27-at-2.11.51-PM.png)