ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ୍ ତରଫରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ।

32

କନକ ବ୍ୟୁରୋ: କଟକ ଟାଙ୍ଗୀ ସ୍ଥିତ ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ୍ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମକାଳୀନ ଏହି ଶିବିରରେ ୧୮୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

ଜିଲ୍ଲା ରେଡକ୍ରସ୍ ସୋସାଇଟି କଟକର ସହଯୋଗ ଏବଂ ଅନୁଷ୍ଠାନର ଚେୟାରମ୍ୟାନ୍ ପ୍ରଫେସର ତ୍ରିଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ କଟକ ଜିଲ୍ଲା ରେଡକ୍ରସର କୋଡିନେଟର୍ ଅଧ୍ୟାପିକା ଡକ୍ଟର ସସ୍ମିତା ପଟ୍ଟନାୟକଙ୍କ ସମେତ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା, ବିଭିନ୍ନ କର୍ମଚାରୀ ତଥା ମେଡିକାଲ୍ କୋଚିଂର ଛାତ୍ରଛାତ୍ରୀମାନେ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ବ୍ଲଡ୍ ବ୍ୟାଙ୍କ, କଟକର ନିର୍ଦ୍ଦେଶକ ଡକ୍ଟର ଚନ୍ଦ୍ରିକା ପ୍ରସାଦ ଦାଶ ତଥା ୟୁଥ୍ ରେଡକ୍ରସ୍ କଟକର ଡାକ୍ତର ଓ ଷ୍ଟାଫ୍ ଙ୍କ ସମେତ ଟେଟ୍ରା ହେଡ୍ରନ୍ ହାଇୟର୍ ସେକେଣ୍ଡାରୀ ସ୍କୁଲ୍ର ୱାଇଆରସି କାଉନସିଲର ଅଧ୍ୟାପକ ଶ୍ରୀଯୁକ୍ତ ଶୁଭ୍ରକାନ୍ତ ମହାପାତ୍ର, କେ.ସି ପଟ୍ଟନାୟକ,ରଶ୍ମିତା ମିଶ୍ର, ପ୍ରଣବ ସ୍ୱାଇଁ, ଉଦ୍ଧବ ଦାସ ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ସହକର୍ମୀବୃନ୍ଦ ସକ୍ରୀୟ ସହଯୋଗ କରିଥିଲେ । ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ବେହେରା ଏହି ଶିବିରରେ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାନ କରିବା ସହିତ ରକ୍ତ ଦାନର ମହତ୍ୱ ସଂପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ । ଅଧ୍ୟାପିକା ଡକ୍ଟର ସସ୍ମିତା ପଟ୍ଟନାୟକ ଏବଂ ଅଧ୍ୟାପକ ଶ୍ରୀଯୁକ୍ତ ଶୁଭ୍ରକାନ୍ତ ମହାପାତ୍ର ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।