ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର । ୫୭ ୟୁନିଟ ରକ୍ତ ସଂଗ୍ରହ

Advertisment
ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର । ୫୭ ୟୁନିଟ ରକ୍ତ ସଂଗ୍ରହ

କନକ ବ୍ୟୁରୋ : ଆଜି କଟକ ସାଲେପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସାଲେପୁର ବିକେ ଆଇଟିଆଇ ପରିସରରେ ଏହି ରକ୍ତଦାନ ଶିବିର ହୋଇଥିଲା । ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର କର ଓ ମ୍ୟାନେଜିଂ ଟ୍ରଷ୍ଟି ହିମାଶୁଂ ଶେଖର ଦାସଙ୍କ ସଂଯୋଜନାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ଉଦଘାଟନ କରିଥିଲେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ।

କରୋନା ସମୟରେ ରକ୍ତର ଅଭାବକୁ ଏଡାଇବାକୁ ଟ୍ରଷ୍ଟର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ ବିଧାୟକ । ଅନ୍ୟତମ ଅତିଥି ଭାବେ ରେଡକ୍ରସର ଡାକ୍ତର ସୁଧାଶୁଂ ଖେଖର ସାହୁ ଓ ସମ୍ମାନୀତ ଅତିଥି ଭାବେ ଚନ୍ଦ୍ରାଦେଇପୁର ସରପଞ୍ଚ ଅନୀଲ କୁମାର ଦାସ ଯୋଗ ଦୋଇଥିଲେ ।

କାର୍ଯ୍ୟକ୍ରମ ଶେଷରେ ଟ୍ରଷ୍ଟର ପରାମର୍ଶଦାତା ନନ୍ଦକିଶୋର କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଟ୍ରଷ୍ଟର ଟ୍ରଷ୍ଟି ଅବତନ ଷଡଙ୍ଗୀ, ଦେବେନ୍ଦ୍ର ନାୟକ, ଜୟଦେବ ନାୟକ, ବିଶ୍ୱରଞ୍ଜନ ସାହୁ, ବିକେ ଆଇଆଇଟି ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର କର, କର ଆଣ୍ଡ ବଦ୍ରର୍ଶର ନିର୍ଦ୍ଦେଶିକା ସାଇ ଶିବାନୀ କର, ମିତ୍ରଭାନୁ କର, ବିକେ ଆଇଟିଆଇର ଅଧ୍ୟକ୍ଷ ବସନ୍ତ କୁମାର ସାମନ୍ତରାୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ସେହିପରି ବିଭୂତି ଭୂଷଣ ଦାସ, ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ମିଶ୍ର, ନାରାୟଣ ପତି, ଅନୁପ କୁମାର ମଲ୍ଲ, ଦେବେନ୍ଦ୍ର ନାଥ ସ୍ୱାଇଁ, ସୁରଜ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ରକ୍ତଦାନ ଶିବିରରେ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର କଟକ ତରଫରୁ ୫୭ ୟୁନିଟ ର୍କ ସଂଗ୍ରହ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe