ସହିଦମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଯାଇଛି ରକ୍ତଦାନ ଶିବିର, ୮୧ ୟୁନିଟ୍ ରକ୍ତ ସଂଗୃହୀତ

72

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏବେ ଦେଶବ୍ୟାପୀ ଚାଲିଛି ସହିଦଙ୍କୁ ଶ୍ରଦ୍ଧାଂଜଳି  । କେହି କ୍ୟାଣ୍ଡେଲ ଧରି ଶ୍ରଦ୍ଧାଂଜଳି ଦେଉଛନ୍ତି ତ ଆଉ କେହି ରକ୍ତଦାନ କରି । ତେବେ ଏହି ଅବସରରେ ଗତକାଲି ଭୁବନେଶ୍ୱର  ୟୁନିଟ୍ ୬ ସ୍ଥିତ ନେହେରୁ ଯୁବ ପରିଷଦଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଶ୍ରୀ ଶ୍ରୀ ବାଟ ମହାବୀର ବ୍ୟବସାୟୀ ସଂଘ, ସମ୍ବାଦ ଆମ ଓଡିଶା ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ୮୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଶିବିରରେ ମୁଖ୍ୟ ଅତିଥୀ ଭାବେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ସହିଦ ଯବାନ ମାନଙ୍କ ସ୍ମୃତିଚାରଣ କରିବା ସହ ଅଯଥା ହିଂସା ଓ ରକ୍ତପାତ ଠାରୁ ଦୂରରେ ରହି ରକ୍ତଦାନ କରି ଲୋକଙ୍କ ଜୀବନ ବଂଚାଇବା ପାଇଁ ଆହ୍ୱାନ କରିଥିଲେ ।

ସହିଦମାନଙ୍କ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ବ୍ୟବସାୟୀ ସଂଘକୁ ସାଧୁବାଦ ଜଣାଇଥିଲେ । ସମ୍ମାନିତ ଅତିଥିଭାବେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖା ସଂପାଦକ କଳ୍ପନା ଦାସ, ଏସିପି ଲଳିତେନ୍ଦୁ ମହାନ୍ତି ଓ କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଦେବାଶିଷ ମିଶ୍ର ଯୋଗଦେଇ ରକ୍ତଦାତାମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ। ସେହିପରି ବିଜେଡି ସାଧାରଣ ସଂପାଦକ ରବି ସାମଲ, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ୪୦ ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟର ରାମଚନ୍ଦ୍ର ପ୍ରଧାନ, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଓଡ଼ିଶା ଶାଖା ସାଧାରଣ ସଂପାଦକ କରୁଣାକର ପ୍ରଧାନ, ହିମାଂଶୁ ଭୂଷଣ କର, ଆଇଆଇସି ମାନସରଂଜନ ଗଡ଼ନାୟକ ମଧ୍ୟ ଶିବିରରେ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସଂଘର ସଭାପତି ଦୀପକ କୁମାର ମହାପାତ୍ର, ସଂପାଦକ ରାକେଶ ପାତ୍ର, ଚିନ୍ତାମଣି ବେହେରା, ଫିରୋଜ ଖାନ୍, ଅକ୍ଷୟ ବେହେରା, ଶେଖ୍ ଗୁଖାରୀ ଓ ମହମ୍ମଦ ଅନୁ ଶିବିର ପରିଚାଳନା କରିଥିଲେ। ସାଗର ବେହେରା, ଇସରାଇଲ କାନ୍, ମୁରଲୀ ମହାରଣା, ଶୁଭେନ୍ଦୁ ନାୟକ, ସୁବାସ କୁମାର ନାୟକ, ସଂଜୀବ ଦାନ, ଦିଲ୍ଲୀପ କୁମାର ଦାସ, ରନ୍ଧିର କୁମାର, ଅରୁ ସାହୁ, ଅକ୍ଷୟ ସାହୁ ଓ ଉମା ବେହେରା ମଧ୍ୟ ପରିଚାଳନାରେ ସହଯୋଗ କରିଥିଲେ। କ୍ୟାପିଟାଲ ରକ୍ତଭଣ୍ଡାରର ବ୍ଲଡ୍ ଭ୍ୟାନ ମାଧ୍ୟମରେ ଶିବିରରୁ ରକ୍ତସଂଗ୍ରାହ କରାଯାଇଥିଲା। ଆମ ଓଡ଼ିଶାର ରକ୍ତଦାନ ସଂଯୋଜକମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।