କନକ ବ୍ୟୁରୋ : ରକ୍ତଦାନ, ମହାପୂଣ୍ୟ । ରକ୍ତଦାନ ଅନେକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୁଏ । ସେଥିପାଇଁ ରକ୍ତଦାନକୁ ମହତ୍ ଦାନ ବୋଲି କୁହାଯାଏ । ଯେଉଁ ମନ୍ତ୍ରକୁ ଆଧାର କରି ଏକତା ଏବଂ ଦୟାଳୁତାର ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ, ଆନ୍ତର୍ଜାତୀୟ ପରିଚାଳନା ପ୍ରତିଷ୍ଠାନ (ଆଇଏମଆଇ)ର ବ୍ରାଣ୍ଡିଂ କମିଟି, ଭୁବନେଶ୍ୱର, କ୍ୟାପିଟାଲ୍ ହସ୍ପିଟାଲ୍, ଓଡ଼ିଶା ସରକାରଙ୍କ ସହଯୋଗରେ ଏକ ରକ୍ତଦାନ ଡ୍ରାଇଭ୍ ଆୟୋଜନ କରିଛି ।
ଆଇଏମଆଇ ଭୁବନେଶ୍ୱର ଉତ୍କର୍ଷତା ଏବଂ ସାମାଜିକ ଦାୟିତ୍ୱ ପାଳନ ପାଇଁ ପ୍ରତିବଦ୍ଧ ଥିବା ଏକ ଅନୁଷ୍ଠାନ । ଯେଉଁ ଶିକ୍ଷାନୁଷ୍ଠାନ ନିଜର ସାମାଜିକ ଦାୟିତ୍ୱ ତୁଲାଇବାକୁ ଯାଇ ରକ୍ତଦାନ ଶିବିରର ଆୟୋଜନ କରିଛ । ଶିକ୍ଷାନୁଷ୍ଠାନର ଛାତ୍ର, ଅଧ୍ୟାପକ ଓ ଅଧ୍ୟାପିକା, ଅଣଶିକ୍ଷକ ଓ କର୍ମଚାରୀ ଏହି ରକ୍ତଦାନ ଶିବିରରେ ଉତ୍ସାହର ସହ ସାମିଲ ହୋଇଥିଲେ ।
ଆଇଏମଆଇ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରରେ ବିର୍ଲା ଗ୍ଲୋବାଲ ୟୁନିଭରସିଟି, ଆଇଆଇଆଇଟି ଭୁବନେଶ୍ୱର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, କିଟର ଛାତ୍ରଛାତ୍ରୀ ଏବଂ ସଫ୍ଟୱେୟାର ଟେକ୍ନୋଲୋଜି ପାକ୍ ଅଫ୍ ଇଣ୍ଡିଆର କର୍ମଚାରୀ ମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗ ଦେଇ ଏହି ରକ୍ତଦାନ ଶିବିରକୁ ସଫଳ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/8-9.jpg)