କନକ ବ୍ୟୁରୋ : ଜୀବନ ସହ ସଂଗ୍ରାମ କରୁଛି ନିଷ୍ପାପ ଶିଶୁ  । ରକ୍ତ କର୍କଟରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛି । କୋରାପୁଟ ୧୦ ନମ୍ବର ୱାର୍ଡର ସଂଗ୍ରାମ ମୁୁଚୁକିଙ୍କ ୪ ବର୍ଷ ୧୧ମାସର ପୁଅ ବିଭୁ । ଦେଢ ବର୍ଷର ହୋଇଥିବା ବେଳେ ବିଭୁଙ୍କୁ ରକ୍ତ କର୍କଟ ହୋଇଥିବା ଜଣାପଡିଥିଲ । ଏନେଇ ଭୁବନେଶ୍ୱରର ଏକ ହସପିଟାଲରେ ଚିକିତ୍ସା କରିବା ପରେ କିଛିଟା ସୁସ୍ଥ ହୋଇଥିଲେ ବିଭୁ । ମାତ୍ର ଏବେ ପୂର୍ବ ଭଳି ଅବସ୍ଥା ତାଙ୍କର । ଏଠାରେ ଆଉ ଚିକିତ୍ସା ସମ୍ଭବପର ହୋଇନଥିବା ବେଳେ ବାହାରକୁ ନେବାକୁ ପଡିବ ।

Advertisment

ମୁମ୍ବାଇରେ ବିଭୁଙ୍କର ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟ କରାଯିବ । ଯାହାପାଇଁ ଦରକାର ୨୦ଲକ୍ଷ ଟଙ୍କା । ହାତଯୋଡି ବାପାର ଅନୁରୋଧ ମତେ ଟିକେ ସାହାଯ୍ୟ କରନ୍ତୁ  । ମୋ ପୁଅକୁ ମୁଁ ଟିକେ ବମ୍ବେ ନେଇଯିବି ବଡ଼ ଡାକ୍ତର ଖାନାରେ ଚିକିତ୍ସା କରିବି । ସାହାଯ୍ୟ ପାଇଲେ ପୁଅର ଚିକିତ୍ସା କରିବାକୁ ଅନୁରାଧ କରିଛନ୍ତି ବିଭୁଙ୍କ ବାପା ।

ପ୍ରଶାସନ ପକ୍ଷରୁ ବିଭୁଙ୍କ ପରିବାରକୁ ସାହାଯ୍ୟ କରିପାରିଲେ ଏହିକୁନି ପିଲାଟିକୁ ଏକ ନୂଆ ଜୀବନ ମିଳିପାରିବ  ।