ରକ୍ତ କର୍କଟ ରୋଗୀଙ୍କ ପାଇଁ ନୂଆ ଚିକତ୍ସା  । ଜାଣନ୍ତୁ କ’ଣ ଏହି ଥେରାପି ।

146

କନକ ବ୍ୟୁରୋ: କ୍ୟାନସର ଏପରି ଏକ ରୋଗ , ଯାହା ନାଁ ଶୁଣିଲେ ହିଁ ଭୟରେ ଥରିଉଠେ ରୋଗୀ  । ଏହାର ଚିକତ୍ସା ଓ ମୁଳୋତ୍ପାଟନ ପାଇଁ କାହିଁ କେଉଁ ଦିନରୁ ବିଶେଷଜ୍ଞ ମାନେ ଗବେଷଣା ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ପେନସିଲଭାନିଆ ବିଶ୍ୱିବଦ୍ୟାଳୟର ବିଶେଷଜ୍ଞମାନେ ଏପରି ଏକ ଚିକିତ୍ସା ପଦ୍ଧତିର ଉଦ୍ଭାବନ କରିଛନ୍ତି ଯାହା ବ୍ଲଡ କ୍ୟାନସର ପାଇଁ ଏକ ବରଦାନ ସାବ୍ୟସ୍ତ ହେବ ବୋଲି ଏହାର ଗବେଷକମାନେ କହିଛନ୍ତି । ଏହି ଚିକତ୍ସା ପଦ୍ଧତି ବା ଥେରାପି ହେଉଛି କାର୍-ଟି କୋଷିକା ସ୍ଥାନାନ୍ତରଣ ।

 ଏହି ଥେରାପିର ପରୀକ୍ଷଣ ମଧ୍ୟ ହୋଇସାରିଛି । ମଣିଷ ଶରୀରରେ ନିର୍ଦ୍ଦିଷ୍ଟ ରୋଗ ପ୍ରତିରୋଧକ କୋଷିକା ବା ସେଲ ଥାଏ । ଯାହା କ୍ୟାନସର ଭୁତାଣୁ ଦ୍ୱାରା ଗୁରୁତର ଭାବେ ପ୍ରଭାବିିତ ହୋଇ ଦୁର୍ବଳ ହୋଇପଡେ । କିନ୍ତୁ ଏହି ନୂଆ ଥେରାପିରେ ମଣିଷର ଏହି ନିିର୍ଦ୍ଦଷ୍ଟ ସେଲ ଗୁଡିକୁ କଢାଯାଇ ତାହାକୁ ଲ୍ୟାବକୁ ନିଆଯାଏ । ସେଠାରେ ଏହି କୋଷିକା ଗୁଡିକର ରିଇଞ୍ଜିନିଅରିଙ୍ଗ ବା ସଂଶୋଧନ କରାଯାଏ । ଫଳରେ କ୍ୟାନସର ସେଲ ଗୁଡିକରେ ଥିବା ଭୁତାଣୁକୁ ଏହା ସହଜରେ ନଷ୍ଟ କରିପାରିବ । ପୁନର୍ବାର ଏହି ସଂଶୋଧିତ ସେଲ୍ ଗୁଡିକୁ ଶରୀରରେ ରୋପଣ କରାଯାଏ । ଏହି ଥେରାପିକୁ ୨ଜଣ ବ୍ଲଡ କ୍ୟାନସର ରୋଗୀଙ୍କ ଠାରେ ପରୀକ୍ଷା କରାଯାଇଥିଲା । ଜଣଙ୍କ ଠାରେ ଏହା ୩୫ ପ୍ରତିଶତ ଫଳପ୍ରଦ ହୋଇଥିବାବେଳେ ଅନ୍ୟ ଜଣେ ରୋଗୀଙ୍କ ଠାରେ ଏହା ୭୫ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଛି ।  ତେବେ ଏହା ବ୍ଲଡ କ୍ୟାନସର ଚିିକିତ୍ସା କ୍ଷେତ୍ରରେ ଏକ ବରଦାନ ବୋଲି ଗବେଷକ ମାନେ ମତ ଦେଇଛନ୍ତି ।

ଆଜି ସାରା ବିଶ୍ୱ ପାଳନ କରୁଛି ବିଶ୍ୱ କ୍ୟାନସର ଡେ । ଏଥିପାଇଁ ବିଶେଷଜ୍ଞମାନେ ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ସ୍ୱାସ୍ଥ୍ୟ ବାର୍ତ୍ତା ଦେଉଛନ୍ତି । ତେବେ ଆଜିକାର ଜୀବନଶୈଳୀ ହିଁ ଏହି ଘାତକ ବ୍ୟାଧିକୁ ଅଧିକ ମାତ୍ରାରେ ନିମନ୍ତ୍ରଣ ଦେଉଥିବା କହିଛନ୍ତି ଡାକ୍ତର ତଥା ବିଶେଷଜ୍ଞ । ତେଣୁ ଚିକିତ୍ସା ସହ କିଛି ଜୀବନ ଶୈଳୀରେ କିଛି ପରିବର୍ତ୍ତନ ସହ ଖାଦ୍ୟପେୟ ଉପରେ ସତର୍କତା ଏହି ରୋଗରୁ ଅନେକାଂଶରେ ମୁକ୍ତ କରିପାରିବ ବୋଲି ଗବେଷକ ମତ ପୋଷଣ କରୁଛନ୍ତି ।