କରୋନା ସଙ୍କଟ ଭିତରେ ରକ୍ତର ଅଭାବ । ରାଜ୍ୟରେ ୫୬ଟି ରକ୍ତଭଣ୍ଡାର ଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ଆସୁନାହିଁ ରକ୍ତ

147

କନକ ବ୍ୟୁରୋ: କରୋନା ସଙ୍କଟ ଭିତରେ ରାଜ୍ୟରେ ଦେଖାଦେଇଛି ରକ୍ତର ଅଭାବ । ଓଡ଼ିଶାରେ ବର୍ଷକୁ ସାଢେ ୩ଲକ୍ଷରୁ ୪ଲକ୍ଷ ୟୁନିଟ ଏବଂ ମାସକୁ ୩୫ହଜାର ୟୁନିଟ ରକ୍ତର ଆବଶ୍ୟକତା ରହୁଛି । ରାଜ୍ୟରେ ରକ୍ତଭଣ୍ଡାରକୁ ସ୍ୱେଚ୍ଛାକୃତ ଭାବେ ୨ ଲକ୍ଷ ୟୁନିଟ ରକ୍ତ ଆସିଥାଏ । ଏବଂ ରାଜ୍ୟରେ ୮୦ ହଜାର ରକ୍ତ ଜନିତ ରୋଗୀ ଥିବା ବେଳେ ୫୬ଟି ରକ୍ତଭଣ୍ଡାର ଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ରକ୍ତ ନାହିଁ । କାରଣ ଏହି ମହାମାରୀ ସମୟରେ ରକ୍ତ ସଂଗ୍ରହ ପ୍ରାୟତଃ କମିଯାଇଛି ।

ରକ୍ତ ଆବଶ୍ୟକତା ପୁରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୋ ଓଡ଼ିଶା ପରିବାର ରକ୍ତଦାନ କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ରକ୍ତ ସଂଗ୍ରହ ପ୍ରକ୍ରିୟାକୁ ବ୍ୟାପକ କରାଯିବ । ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ‘ମୋ ପରିବାର’ ଭଳି ବିଭିନ୍ନ କାର୍ଯ୍ୟକ୍ରମକୁ ହାତକୁ ନେଇଥିବା ବେଳେ କଟକରେ ଏକ ସାତ ଦିନିଆ କ୍ୟାମ୍ପ ଆରମ୍ଭ ହୋଇଛି । କରୋନା କଟକଣା ଭିତରେ ରାଜ୍ୟରେ ୬ହଜାର ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାତାଙ୍କର ସବୁ ଟାଭ୍ରେଲ ହିଷ୍ଟ୍ରି କରାଯାଇ ରକ୍ତ ସଂଗ୍ରହ କରାଯାଉଛି । ତେବେ ରାଉରକେଲା, ଗଂଜାମ ଓ ସମ୍ବଲପୁରରେ ଅଧିକ ରକ୍ତର ଆବଶ୍ୟକତା ରହିଛି ।