ଏଣିକି ପୁଲିସକୁ ଫୋନ କଲେ ମାଗଣାରେ ମିଳିବ ରକ୍ତ । ବ୍ଲଡ୍ ଗ୍ରୁପ ନଥିଲେ ବି ତୁରନ୍ତ ଡୋନର ଯୋଗାଇ ଦେବ ପୁଲିସ୍ ।

‘ମୋ ସରକାର’ କାର୍ଯ୍ୟକ୍ରମରେ ନୂଆ ଯୋଜନା କରିଛି ସୁନ୍ଦରଗଡ ଜିଲ୍ଲା ପୁଲିସ

958

କନକ ବ୍ୟୁରୋ: ପୋଲିସକୁ ଫୋନ କଲେ ମାଗଣାରେ ମିଳିବ ରକ୍ତ । କଥାଟି ଅଡୁଆ ଲାଗୁଥିଲେ ବି ସତ । ଏଣିକି ୧୦୦ ନମ୍ବର ବା ପୋଲିସର ଫେସବୁକ, ଟ୍ୱିଟର ବା  ସିଧାସଳଖ ଥାନା ଅଧିକାରୀ କି ରିଜର୍ଭ ଇନିସ୍ପେକ୍ଟରଙ୍କୁ ଯୋଗାଯୋଗ କଲେ ଆପଣଙ୍କୁ ରକ୍ତ ଯୋଗାଇ ଦିଆଯିବ । ଅର୍ଥାତ୍ ଆପଣଙ୍କ ବ୍ଲଡ ଗ୍ରୁପ୍ ନଥିଲେ ଆପଣଙ୍କୁ ତୁରନ୍ତ ଡୋନର ଯୋଗାଇ ଦେବ ପୋଲିସ । ଏହିଭଳି ସୁବିଧା ଆଜିଠାରୁ ସୁନ୍ଦରଗଡ ପୋଲିସ ଜିଲ୍ଲାରେ ଆରମ୍ଭ ହୋଇଛି । ମୋ ସରକାର ଯୋଜାନ ଅର୍ନ୍ତଗତ ଜିଲ୍ଲା ପୋଲିସ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛି ।

ଆଜି ଏନେଇ ସୁନ୍ଦରଗଡ ରିଜର୍ଭ ହସ୍ପିଟାଲରେ ଏକ ରକ୍ତଦାନ ଶିବିର ଆୟୋଜନ କାରଯାଇଥିଲା ଏହି ରକ୍ତଦାନ ଶିବିରରେ ଜିଲ୍ଲପାଳ ନିଖିଲ ପବନ କଲ୍ୟାଣଙ୍କ ସହ ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରା ରକ୍ତଦାନ କରିଥିଲେ । ଏହାପରେ ଜିଲ୍ଲା ପୋଲିସର ପାଖାପାଖି ୬୦ରୁ ଅଧିକ ଅଧିକାରୀ ରକ୍ତଦାନ କରିଛନ୍ତି । ଜିଲ୍ଲା ପୋଲିସ ୮୫୦ କର୍ମଚାରୀଙ୍କ ଏକ ଡାଟାବେଶ ତିଆରି କାରଯାଇଛି । ଏହି କର୍ମଚାରୀମାନେ ଫୋନ ପାଇଲା କ୍ଷଣି ଲୋକଙ୍କୁ ସେବା ପ୍ରଦାନ କରିବା ଆଗେଇ ଆସିବେ । ମୋ ସରକାର ତରଫରୁ ଏହିଭଳି ଏକ ଯୋଜାନ ପ୍ରଥମ କରି ସୁନ୍ଦରଗଡ ଜିଲ୍ଲାରେ କରାଯାଇଛି । ଏଥିପାଇଁ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀଙ୍କୁ ତାଲିମ ପ୍ରଦାନ କାରଯାଇଛି ।