ମଦ ପିଇ ଗାଡି ଚଳାଇଲେ ନାହିଁ ନିସ୍ତାର । କମିଶନରେଟ ପୋଲିସର ବ୍ଲକିଂ ଓ ଚେକିଂ ଜୋରଦାର

Advertisment
ମଦ ପିଇ ଗାଡି ଚଳାଇଲେ ନାହିଁ ନିସ୍ତାର । କମିଶନରେଟ ପୋଲିସର ବ୍ଲକିଂ ଓ ଚେକିଂ ଜୋରଦାର

କନକ ବ୍ୟୁରୋ: ରାତି ହେଲେ, ରାଜଧାନୀରେ ଅପରାଧୀଙ୍କ ଦୌରାତ୍ମ୍ୟ ବଢୁଛି। ରାଜରାସ୍ତାରେ ଉତ୍ପାତ କରୁଛନ୍ତି ଅମାନିଆ, ଗାଡି ଚାଳକଙ୍କୁ କରୁଛନ୍ତି ଟାର୍ଗେଟ। ଯେଉଁମାନଙ୍କୁ ସାବାଡ କରିବାକୁ ଏବେ କମିଶନରେଟ ପୋଲିସ ଆରମ୍ଭ କରିଛି ଅଭିଯାନ। ରାତିରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି କମିଶନରେଟ ପୋଲିସ। ରାତି ୧୧ଟାରୁ ଭୋର ୪ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ଛକ ଛକରେ ବ୍ୟାରିକେଡ ପକାଇ ଜଗୁଛି ପୋଲିସ। ମଦୁଆ ଓ ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବାକୁ ଆକ୍ଟିଭ ମୋଡକୁ ଆସିଛି ପୋଲିସ। ବାଇକ ହେଉ କି ବଡ ଗାଡି, ରାତିରେ ବାହାରକୁ ବାହାରିଲେ ପୋଲିସ କରୁଛି ଚେକିଂ। ଖୋଦ୍ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏହି ଅପରେସନର ମଙ୍ଗ ଧରିଛନ୍ତି।

ଖାସକରି ଶନିବାର ଓ ରବିବାର ପୋଲିସ ପକ୍ଷରୁ ବ୍ଲକିଂ ଓ ଚେକିଂକୁ ବ୍ୟାପକ କରାଯାଉଛି।

  • ଭୁବନେଶ୍ୱରର ଗଳିକନ୍ଦିରୁ ମୁଖ୍ୟରାସ୍ତା ସବୁଠି ସଜାଗ ପୋଲିସ
  • ମଦୁଆ ଚାଳକଙ୍କୁ ମାଫ୍ ନାହିଁ, ଗାଡିକୁ କରାଯାଉଛି ଜବତ
  • କୋର୍ଟରେ ଫାଇନ ଦାଖଲ କଲେ ମୁକୁଳୁଛି ଗାଡି
  • ମଦୁଆ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ ହେଉଛି
  • ୟୁ-ଟର୍ଣ୍ଣ ମାରି ଯାଉଥିବା ଚାଳକଙ୍କୁ ଧରିବାକୁ ରହିଛି ସ୍ପେଶାଲ ଟିମ୍

କମିଶନରେଟ ପୋଲିସର ଏଭଳି ଅପରେସନ ସାମୟିକ ନହୋଇ ସବୁଦିନିଆ ହେଲେ ରାଜଧାନୀରେ ଅପରାଧୀଙ୍କ ପ୍ରାଦୁର୍ଭାବ କମିବ ବୋଲି ଭୁବନେଶ୍ୱରବାସୀଙ୍କର ଆଶା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe