କନକ ବ୍ୟୁରୋ : ଆଜି ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ସିନେମା ଜେଲର । ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭୀନିତ ଏହି ଫିଲ୍ମକୁ ନେଇ ସାରା ଦେଶରେ ଉତ୍ସୁକତା ରହିଛି । ଫିଲ୍ମଟି ଅଗ୍ରୀମ ଟିକେଟ ବୁକିଂରେ ସମସ୍ତ ଫିଲ୍ମର ରେକର୍ଡ ଭାଙ୍ଗିଥିବା ସୂଚନା ରହିଛି । କେବଳ ଭାରତରେ ଗତକାଲି ସୁଦ୍ଧା ୧୩ କୋଟି ଟଙ୍କା ସଂଗ୍ରହ କରିଛି । ଏହା ରଜନୀକାନ୍ତଙ୍କ ୧୬୯ତମ ସିନେମା । ଫିଲ୍ମରେ ରଜନୀକାନ୍ତ ଜଣେ ଜେଲର ଭାବେ ଅଭିନୟ କରିଛନ୍ତି ।

Advertisment

ସେ ଯେଉଁ ଜେଲର ଜେଲରେ ସେହି ଜେଲର କୁଖ୍ୟାତ ଅପରାଧୀ ରହିଛନ୍ତି । ଆଉ ଅପରାଧୀଙ୍କୁ ମୁକୁଳାଇବାକୁ ଗୋଟିଏ ଗ୍ୟାଙ୍ଗ ପ୍ରୟାସ କରୁଛି । ଯାହାକୁ ନେଇ ଏହି ସିନେମାଟି ତିଆରି ହୋଇଛି । ଫିଲ୍ମଟି ପରଦାକୁ ଆସିବା ପୂର୍ବରୁ ତମନ୍ନା ଭାଟ୍ଟିଆଙ୍କ ଏହି ଗୀତ ସୁପରହିଟ୍ ହୋଇସାରିଛି । ରଜନୀକାନ୍ତଙ୍କ ପ୍ରଶଂସକଙ୍କୁ ଦୃଷ୍ଟିରେ ରଖି ଚେନ୍ନାଇ ଏବଂ ବାଙ୍ଗାଲୋରରେ ଛୁଟି ଘୋଷଣା କରାଯାଇଛି । ଏହା ସହିତ ଚେନ୍ନାଇ ଏବଂ ବାଙ୍ଗାଲୋରର କେତେକ କମ୍ପାନୀ ନିଜ କର୍ମଚାରୀଙ୍କୁ ରଜନୀକାନ୍ତଙ୍କ ଫିଲ୍ମ ପାଇଁ ମାଗଣା ଟିକେଟ ବାଣ୍ଟିଛନ୍ତି ।