ବାଲିମେଳା ଜଳଭଣ୍ଡାରରେ ଫସି ରହିଥିବା ବ୍ଲକ କର୍ମଚାରୀଙ୍କୁ ଉଦ୍ଧାର : ସଚେତନତା କାର୍ଯ୍ୟକ୍ରମ ପାଇଁ ଜଡାଆମ୍ବ ପଂଚାୟତକୁ ଯାଇଥିବା ସମୟରେ ଅଟକିଥିଲା ବୋଟ

Advertisment
ବାଲିମେଳା ଜଳଭଣ୍ଡାରରେ ଫସି ରହିଥିବା ବ୍ଲକ କର୍ମଚାରୀଙ୍କୁ ଉଦ୍ଧାର : ସଚେତନତା କାର୍ଯ୍ୟକ୍ରମ ପାଇଁ ଜଡାଆମ୍ବ ପଂଚାୟତକୁ ଯାଇଥିବା ସମୟରେ ଅଟକିଥିଲା ବୋଟ

କନକ ବ୍ୟୁରୋ : ଉଦ୍ଧାର ପାଇଲେ ବାଲିମେଳା ଜଳଭଣ୍ଡାରରେ ଫସି ରହିଥିବା ୧୦ଜଣ ବ୍ଲକ କର୍ମଚାରୀ । ବାଲିମେଳା ଜଳବିଭାଗର ଏକ ଲଂଚ ସହାୟତାରେ ବିଏସଏଫ୍ ଯବାନମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି । ଗତକାଲି ଚିତ୍ରକୋଣ୍ଡା ବ୍ଲକର ୧୦ଜଣ କର୍ମଚାରୀ ଆୱାରନେସ୍ ପ୍ରୋଗ୍ରାମ ପାଇଁ ବିିଛିନ୍ନାଂଚଳର ଜଡାଆମ୍ବ ପଂଚାୟତକୁ ଯାଇଥିଲେ । କିନ୍ତୁ କାମ ଶେଷ କରି ଫେରିବା ସମୟରେ ଅଚାନକ ପବନ ହୋଇଥିଲା ଯାହାଫଳରେ ମଟର ବୋଟ୍ ଚାଲିପାରିନଥିଲା । ଜଳଭଣ୍ଡାର ନିକଟରେ ଥିବା ଏକ ପାହାଡରେ ସମସ୍ତ କର୍ମଚାରୀ ଅଟକି ରହିଥିଲେ । ଏନେଇ ପ୍ରଶାସନ ପାଖରେ ଖବର ପହଂଚିବା ପରେ ଉଦ୍ଧାର କରାଯାଇଥିଲା ।

publive-image

ସୂଚନା ଯୋଗ୍ୟ, ବ୍ଲକ କର୍ମଚାରୀ ବୋଟ ଯୋଗେ ଫେରୁଥିବା ସମୟରେ ପାଖାପାଖି ୨ କିମି ଆସିବା ପରେ ଏକ ବଡ ଲହଡି ଆସିଥିଲା । ଯଦ୍ୱାରା ବୋଟ ଆଗକୁ ଯାଇ ପାରିନଥିଲା । ଚାଳକ ବୋଟକୁ ଗୋଟିଏ ପାହାଡ ପାଖରେ ଅଟକାଇ ଦେଇଥିଲେ । ସେମାନେ ପ୍ରଶାସନକୁ ଯୋଗାଯୋଗ କରିବା ପରେ ଲଂଚ ଯୋଗେ ତାଙ୍କୁ ଉଦ୍ଧାର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe