କନକ ବ୍ୟୁରୋ : ଉଦ୍ଧାର ପାଇଲେ ବାଲିମେଳା ଜଳଭଣ୍ଡାରରେ ଫସି ରହିଥିବା ୧୦ଜଣ ବ୍ଲକ କର୍ମଚାରୀ । ବାଲିମେଳା ଜଳବିଭାଗର ଏକ ଲଂଚ ସହାୟତାରେ ବିଏସଏଫ୍ ଯବାନମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି । ଗତକାଲି ଚିତ୍ରକୋଣ୍ଡା ବ୍ଲକର ୧୦ଜଣ କର୍ମଚାରୀ ଆୱାରନେସ୍ ପ୍ରୋଗ୍ରାମ ପାଇଁ ବିିଛିନ୍ନାଂଚଳର ଜଡାଆମ୍ବ ପଂଚାୟତକୁ ଯାଇଥିଲେ । କିନ୍ତୁ କାମ ଶେଷ କରି ଫେରିବା ସମୟରେ ଅଚାନକ ପବନ ହୋଇଥିଲା ଯାହାଫଳରେ ମଟର ବୋଟ୍ ଚାଲିପାରିନଥିଲା । ଜଳଭଣ୍ଡାର ନିକଟରେ ଥିବା ଏକ ପାହାଡରେ ସମସ୍ତ କର୍ମଚାରୀ ଅଟକି ରହିଥିଲେ । ଏନେଇ ପ୍ରଶାସନ ପାଖରେ ଖବର ପହଂଚିବା ପରେ ଉଦ୍ଧାର କରାଯାଇଥିଲା ।
ସୂଚନା ଯୋଗ୍ୟ, ବ୍ଲକ କର୍ମଚାରୀ ବୋଟ ଯୋଗେ ଫେରୁଥିବା ସମୟରେ ପାଖାପାଖି ୨ କିମି ଆସିବା ପରେ ଏକ ବଡ ଲହଡି ଆସିଥିଲା । ଯଦ୍ୱାରା ବୋଟ ଆଗକୁ ଯାଇ ପାରିନଥିଲା । ଚାଳକ ବୋଟକୁ ଗୋଟିଏ ପାହାଡ ପାଖରେ ଅଟକାଇ ଦେଇଥିଲେ । ସେମାନେ ପ୍ରଶାସନକୁ ଯୋଗାଯୋଗ କରିବା ପରେ ଲଂଚ ଯୋଗେ ତାଙ୍କୁ ଉଦ୍ଧାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/1-49.jpg)
/kanak/media/post_attachments/wp-content/uploads/2018/04/2-39-300x135.jpg)