ବ୍ଲକଗ୍ରାଂଟ ଉଚ୍ଛେଦ ନେଇ ସଚିବାଳୟରେ ଆଲୋଚନା ଶେଷ, ୭ ଦିନ ସମୟ ନେଲେ ସରକାର

ବ୍ଲକଗ୍ରାଂଟ ଉଚ୍ଛେଦ ନେଇ ସଚିବାଳୟରେ ଆଲୋଚନା ଶେଷ, ୭ ଦିନ ସମୟ ନେଲେ   ସରକାର

ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀସ୍ତରୀୟ ବୈଠକ ଶେଷ । ବ୍ଲକ ଗ୍ରାଂଟ୍ ଅଧ୍ୟାପକଙ୍କ ୪ ଦଫା ଦାବି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରୀହଙ୍କ ଉପସ୍ଥି୍ତିରେ ସଚିବାଳୟରେ ବସିଥିବା ବୈଠକରେ କୌଣସି ପ୍ରକାର ନିସ୍କର୍ଷ ବାହାରି ପାରି ନାହିଁ । ତେବେ ରାଜ୍ୟ ସରକାର ୭ ଦିନ ସମୟ ନେଇଥିବା କହିଛନ୍ତି ୬୬୨ ଓ ୪୮୮ ବର୍ଗ ଅଧ୍ୟାପକ ସଂଘର ସଭାପତି । ଆସନ୍ତାକାଲି ବିଦ୍ୟାଳୟରୁ ବ୍ଲକଗ୍ରାଂଟ ଉଚ୍ଛେଦ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏହାପରେ କଲେଜ ରୁ ବ୍ଲକଗ୍ରାଂଟ ଉଚ୍ଛେଦ ନେଇ ଆଲୋଚନା କରାଯିବ ବୋଲି ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି । ଏଥିପାଇଁ ସରକାର ୭ ଦିନ ସମୟ ନେଇଥିବା ଜଣାପଡିଛି । ବ୍ଲକ ଗ୍ରାଂଟ୍ ଉଚ୍ଛେଦ ଦାବି ନେଇ ୬୬୨ ଏବଂ ୪୮୮ ବର୍ଗର୍ର ଅଧ୍ୟାପକ ଓ କର୍ମଚାରୀମାନେ ଆନେ୍ଦାଳନ କରିବା ଯୋଗୁଁ ଚଳିତଥର ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ବ୍ୟାହତ ହୋଇଥିଲା । ସମସ୍ୟାର ସମାଧନ ନେଇ ପ୍ରତିଶୃତି ମିଳିବା ପରେ ଆନେ୍ଦାଳନକୁ ଓହ୍ଲାଇଥିବା ୧୨ ହଜାରରୁ ଅଧିକ ଅଧ୍ୟାପକ ପୁଣି ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଗତ ୯ ତାରିଖରେ ସରକାର ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀସ୍ତରୀୟ ବୈଠକରେ ଦାବି ପୂରଣ ନେଇ ବିଚାର କରାଯିବ । ତେଣୁ ଆଜିି ସରକାରଙ୍କ ନିଷ୍ପତି ଉପରେ ନିର୍ଭର କରୁଛି ବ୍ଲକଗ୍ରାଂଟ ଅଧ୍ୟାପକ ଓ କର୍ମଚାରୀଙ୍କ ପରବର୍ତି ପଦକ୍ଷେପ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe